ଅପରାଧ

ପୁଅ ଶୋଇଥିବା ବେଳେ କଟୁରୀରେ ହାଣିଲା ବାପା – Ibnodisha

[ad_1]

କଟକ : ମାତ୍ର ଶହେ ଟଙ୍କା ପାଇଁ ବାପପୁଅଙ୍କ ମଧ୍ୟରେ ହେଲା ବଚସା। ଏହି ବଚସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ରକ୍ତମୁଖା ସାଜିଲା ବାପା। ଯେଉଁ ପୁଅକୁ ଦୁନିଆର ଆଲୋକ ଦେଖାଇଥିଲା, ତା’କୁ ଦୁନିଆରୁ ପଠାଇବାର ଯୋଜନା କଲା। ପୁଅ ଶୋଇଥିବା ବେଳେ କଟୁରୀରେ ହାଣିଦେଲା ଜହ୍ଲାଦ ବାପା। ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ଘଟିଛି। ଅଭିଯୁକ୍ତ ବାପା ମାନସ ବେହେରାଙ୍କୁ ବାନ୍ଧିଛି ପୁଲିସ୍‌ । ପୁଅ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି।

ଗତକାଲି ଶହେ ଟଙ୍କା ପାଇଁ ମାନସ ଓ ତାଙ୍କ ପୁଅଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା । ଏପରିକି ଘରୁ ନ ପଳାଇଲେ ପରିଣାମ ଭୟଙ୍କର ହେବ ବୋଲି ପୁଅ ବାପାଙ୍କୁ ଧମକ ଦେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ମାନସ ସୁଯୋଗ ଅପେକ୍ଷାରେ ଥିଲେ। ଏହାପରେ ପୁଅ ଖଟରେ ଶୋଇଥିବା ବେଳେ ତା’ ବେକକୁ କଟୁରୀରେ ହାଣି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ପୁଅ ଚିତ୍କାର କରୁଥିବା ବେଳେ ମାନସ ଘରୁ ପଳାଇବାକୁ ଚେଷ୍ଟା କରୁଥିଲେ। ମାତ୍ର ଗାଁ ଲୋକେ ତାଙ୍କୁ ବାନ୍ଧି ପକାଇ ପୁଲିସ୍‌କୁ ଖବର ଦେଇଥିଲେ। ମାହାଙ୍ଗା ପୁଲିସ୍‌ ପହଞ୍ଚି ମାନସଙ୍କୁ ବାନ୍ଧି ଥାନାକୁ ନେଇଛି। ଏଥିସହ ତାଙ୍କ ପୁଅଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button