ଅପରାଧ

୨୨ଲିଟର ଚୋରମଦ ଜବତ,୩ ଜଣେ ଗିରଫ

IBN ଓଡିଶା(ବ୍ୟୁରୋ):-Riport by bibhu prasad dash:
କେନ୍ଦ୍ରାପଡା,ଆଳି// ଆଳି ଅବକାରୀ ବିଭାଗ ଅଧୀନରେ ରେ ବ୍ୟାପକ ଭାବେ ଚୋରା ମଦ କାରବାର ହୋଇ ଥିବା ନେଇ କେନ୍ଦ୍ରାପଡା ଜିଲ୍ଲା ଅବକାରୀ ସୁପରିଟେଣ୍ଡ ରଜତ କୁମାର ପ୍ରହରାଜ ଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର କମଳ ଲୋଚନ ପାଇକରାୟ ଏକ ଟିମ ଗଠନ କରି ରାଜକନିକା ଥାନା ଅନ୍ତର୍ଗତ ବରଦା ଗ୍ରାମର ଶେଖର ସେଠି (୫୧) ,ପାଟୁଳି ଗ୍ରାମର ରଞ୍ଜନ ସାହୁ (୩୬)ଓ ଖରିଅଣ୍ଟା ଗ୍ରାମର ଶୁସାନ୍ତ ବେହେରା (୩୨) ଙ୍କ ଘର ମାନଙ୍କ ଚଢ଼ାଉ କରି ୯ଲିଟର ଦେଶୀ ଓ ୧୩ ଲିଟର ବିଦେଶୀ ଚୋରା ମଦ ଜବତ କରିବା ସହିତ ୩ ଜଣ ଙ୍କୁ ଗିରଫ କରି ଡାକ୍ତରୀ ମଇନା କରାଇ କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ାଉ ସମୟରେ ଆଳି ଅବକାରୀ ବିଭାଗ ର ସବିନ୍ସପେକ୍ଟର ଅମେରେନ୍ଦ୍ର କୁମାର ଶତପଥୀ, ଆସିଷ୍ଟାଣ୍ଡ ସବିନ୍ସପେକ୍ଟର ଭାରତୀ ନାୟକ,ପଟ୍ଟାମୁଣ୍ଡାଇ ଆସିଷ୍ଟାଣ୍ଡ ସବିନ୍ସପେକ୍ଟର ନିରୂପମା ସାହୁ ,କନେଷ୍ଟବଳ ପ୍ରଶାନ୍ତ କୁମାର ଘଡେ଼ଇ ,ଧର୍ମେନ୍ଦ୍ର କୁମାର ମିଶ୍ର,ଓ ଟୁକୁନା ନାୟକ ଉପସ୍ଥିତ ଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button