ଅପରାଧ

ବିବାହିତା ଝିଅର ତଣ୍ଟିକାଟି ଜାଳିଦେଲା ବାପ – Ibnodisha

[ad_1]

ଜୟପୁର: ରାଜସ୍ଥାନର ପାଲି ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ବିବାହିତା ଝିଅର ତଣ୍ଟି କାଟିବା ପରେ ପେଟ୍ରୋଲ୍ ଢାଳି ପୋଡ଼ି ପକାଇଥିବା କଥା ପୁଲିସ କହିଛି । ପୁଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୧୨ ବର୍ଷ ହେବ ପରିବାରଠାରୁ ପୃଥକ୍ ହୋଇ ଅଭିଯୁକ୍ତ ଶିବଲାଲ୍ ମେଘୱାଲ୍ ପାଲିରେ ବାସ କରୁଥିଲେ । କିନ୍ତୁ, ତାଙ୍କ ସ୍ତ୍ରୀ ଓ ପିଲାମାନେ ଗୁଜରାଟରେ ବାସ କରୁଥିଲେ । ୩୨ ବର୍ଷୀୟ ମୃତା ଝିଅ ନିର୍ମାର ଶାଶୂଘରର ଜଣେ ବ୍ୟକ୍ତି କହିଛନ୍ତି ଯେ, ମେଘାୱାଲ୍‌ଙ୍କର ମନେହେଉଥିଲା ବଡ଼ଝିଅ ନିର୍ମା ହିଁ ତାଙ୍କ ପରିବାରରେ ବାଦବିବାଦର ମୁଖ୍ୟ କାରଣ ।

ସୋମବାର ଦିନ ଗୋଟାଏ ବିବାହ ଅନୁଷ୍ଠାନରେ ଯୋଗ ଦେବା ପାଇଁ ନିର୍ମା ପାଲିର ଇସାଲି ଗାଁକୁ ଆସିଥିବା ବେଳେ ବାପା ଶିବଲାଲ୍‌ଙ୍କ ସହିତ ଭେଟ ହୋଇଥିଲା । ସେଠାରେ ଶିବଲାଲ୍ ବଡ଼ଝିଅ ନିର୍ମା ଓ ସାନଝିଅକୁ ତାଙ୍କ ସାଥିରେ ଗୋଟାଏ ଜାଗାକୁ ଯିବାକୁ ଡାକିଲେ । କିଛି ବାଟ ଯିବା ପରେ ସାନଝିଅକୁ ଅପେକ୍ଷା କରିବାକୁ କହି ବଡ଼ଝିଅ ନିର୍ମାକୁ ନିର୍ଦ୍ଧାରିତ ସ୍ଥାନକୁ ନେଇ ତା’ର ତଣ୍ଟିକାଟିବା ପରେ ଶବରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି କୁହାଯାଉଛି । ଫେରିବା ପରେ ଶିବଲାଲ୍‌ଙ୍କ ହାତରେ ରକ୍ତ ଲାଗିଥିବା ଦେଖି ସାନ ଝିଅ ଚିତ୍କାର କରି ଗାଁ ଲୋକଙ୍କୁ ଡାକପକାଇଲା । ଗ୍ରାମବାସୀମାନେ ନିର୍ମାଙ୍କ ଅର୍ଦ୍ଧ-ଦଗ୍ଧ ଶବ ଦେଖି ପୁଲିସକୁ ସୂଚନା ଦେଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button