ଅପରାଧ

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ – Ibnodisha

[ad_1]

ଢେଙ୍କାନାଳ : ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମରେ । ସନ୍ଧ୍ୟା ସମୟରେ ପୀଡ଼ିତା ଜଣକ ସ୍ବାମୀଙ୍କ ସହ ଘରକୁ ଫେରୁଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏପରି ନିନ୍ଦନୀୟ ଘଟଣା ଭୁବନ ଅଞ୍ଚଳରେ ପ୍ରଥମ ଥର ଘଟିଥିବାରୁ ଦୋଷୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଅପରାଧୀଙ୍କୁ ଚିହ୍ନଟ କରି ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ଗତ ୨୦ ତାରିଖରେ କଲରିଙ୍ଗଅତା ଗାଁର ଦମ୍ପତ୍ତି ବାଇକ ଯୋଗେ ଭୂବନରୁ ଘରକୁ ଫେରୁଥିବା ବେଳେ କେନାଲ ନିକଟରେ ୫ଜଣ ଯୁବକ ତାଙ୍କୁ ଅଟକାଇବା ସହ ତାଙ୍କ ଠାରୁ ମୋବାଇଲ ଛଡାଇ ନେଇ ମାଡ ମାରିଥିଲେ। ପରେ ସ୍ବାମୀ ଆଗରେ ସ୍ତ୍ରୀକୁ ୫ଜଣ ଯାକ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ଏନେଇ ଭୂବନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଗତକାଲି ଢେଙ୍କାନାଳ ମେଡିକାଲରେ ଡାକ୍ତରି ମାଇନା କରିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button