ରାଜ୍ୟ

ବାତ୍ୟା ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା – Ibnodisha

[ad_1]

ଭୁବନେଶ୍ୱର : ବାତ୍ୟା ଦ୍ବାରା ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ । ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବାତ୍ୟାର ମୁକାବିଲା ପାଇଁ ପୌର ନିର୍ଦ୍ଦେଶକ ସମସ୍ତ ପୌରାଞ୍ଚଳ ପ୍ରଶାସକଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମୁକାବିଲା ପାଇଁ ମାନବ ସମ୍ବଳ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତଳି ଅଞ୍ଚଳରେ ବର୍ଷା ଜଳ ଯେପରି ଜମି ନରହେ ସେଥିପାଇଁ ପ୍ରସ୍ତୁତ ହୋଇରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୌରାଞ୍ଚଳ ପ୍ରଶାସନ । ସେହିପରି କଣ୍ଟ୍ରୋଲ ରୁମ ଗଠନ କରି ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରାଯିବ । ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମ୍ପର୍କରେ ରହିବାକୁ କୁହାଯାଇଛି । ସେହିପରି ଆବଶ୍ୟକ ପଡ଼ିଲେ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ବର ବାତ୍ୟା ଦ୍ବାରା ବେଶୀ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ସତର୍କ ରହିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button