ରାଜ୍ୟ

ଆଜି ବିଜୟା ଦଶମୀ, ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି – Ibnodisha

[ad_1]

ଭୁବନେଶ୍ୱର: ସାରା ଦେଶରେ ଆଜି ଆନନ୍ଦ ଓ ଉଲ୍ଲାସର ସହ ବିଜୟାଦଶମୀ ପର୍ବ ପାଳିତ ହେଉଛି। ଅସତ୍ୟ ଉପରେ ସତ୍ୟର ବିଜୟର ନିଦର୍ଶନ ସ୍ୱରୂପ ପ୍ରଭୁ ରାମଙ୍କ ବିଜୟକୁ ସ୍ମରଣ କରି ଏହି ବିଜୟାଦଶମୀ ପର୍ବ ପାଳିତ ହୋଇଥାଏ। ଆଜି ମଧ୍ୟ ନବରାତ୍ରି ଓ ଦୁର୍ଗାପୂଜାର ଶେଷ ଦିନ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ଦର୍ଶାଇଥାଏ। ସେ କହିଛନ୍ତି, ପୂର୍ବ ଏବଂ ଦକ୍ଷିଣ ଭାରତରେ ଦଶହରା ପର୍ବ ମା’ ଦୁର୍ଗାଙ୍କ ମହିଶାସୂର ଉପରେ ବିଜୟକୁ ଦର୍ଶାଉଥିବା ବେଳେ ଉତ୍ତର ଏବଂ ପଶ୍ଚିମ ଭାରତରେ ଏହି ପର୍ବକୁ ରାବଣ ଉପରେ ପ୍ରଭୁ ରାମଙ୍କ ବିଜୟକୁ ଦର୍ଶାଇଥାଏ।

ରାଷ୍ଟ୍ରପତି କହିଛନ୍ତି, ଦଶହରା ପର୍ବ ଲୋକମାନଙ୍କ ମଧ୍ୟରେ ଥିବା ନକରାତ୍ମକ ବିଷୟକୁ ପରିତ୍ୟାଗ କରି ସକରାତ୍ମକ ବିଷୟ ଗ୍ରହଣ କରିବାକୁ ଶିକ୍ଷା ଦେଇଥାଏ। ସେ କହିଛନ୍ତି, ପ୍ରଭୁ ରାମଙ୍କ ମୂଲ୍ୟବୋଧ ଜୀବନର ବିଭିନ୍ନ ପରିସ୍ଥିତିରେ ମାନବ ସମାଜକୁ ଧର୍ମ ମାର୍ଗରେ ପରିଚାଳିତ ହେବା ପାଇଁ ବାଟ ଦେଖାଇଥାଏ। ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ଏକ ହୋଇ ଦେଶର ବିକାଶ ଲାଗି କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button