ଦେଶ

ତାଇବାନରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୬ – Ibnodisha

[ad_1]

ତାଇପେ : ତାଇୱାନ ରାଜଧାନୀ ତାଇପେରେ ମଙ୍ଗଳବାର ସକାଳୁ ସକାଳୁ ଅନୁଭୂତ ହୋଇ ଯାଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି । ଏଥିସହିତ ନେପାଳରେ ମଧ୍ୟ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନିଉଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ, ଭୂକମ୍ପ ପ୍ରଭାବରେ ତାଇପେର ବଡ ବଡ ଅଟ୍ଟାଳିକାମାନ ହଲିବାକୁ ଆରମ୍ଭ କଲା । ଯଦିଓ କାହରି ମୃତାହତ ଖବର ମିଳିନାହିଁ କିମ୍ବା କୌଣସି ଜିନିଷ ନଷ୍ଟ ହୋଇଥିବା ଖବର ନାହିଁ ତେବେ କୋଠାମାନ ହଲିବା ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ । ଖୋଲା ସ୍ଥାନକୁ ସମସ୍ତେ ଦୌଡିବା ଆରମ୍ଭ କରିଥିଲେ । ତାଇବାନର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବ ଉପକୂଳ ନିକଟ ସମୁଦ୍ରରେ ଥିଲା । ଅନ୍ୟପକ୍ଷେ ନେପାଳରେ ମଧ୍ୟ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରାଜଧାନୀ କାଠମାଣ୍ଡୁରେ ଆଜି ଅର୍ଥାତ ମଙ୍ଗଳବାର ସକାଳ୪.୧୭ରେ ଏହି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ବୋଲି ଜଣା ଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button