ଦେଶ

ଭୀଷଣ ଅଗ୍ନିକାଣ୍ଡ ; ୭ ଜଣ ଜୀବନ୍ତ ଦଗ୍ଧ – Ibnodisha

[ad_1]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ଏକ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ଅଲିପୁରରେ ପେଣ୍ଟ ଫ୍ୟାକ୍ଟ୍ରିରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ପ୍ରଥମେ ନିଆଁ ଲାଗିବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଦମକଳର ୨୨ ଗାଡ଼ି ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। ଦିଲ୍ଲୀର ଅଲିପୁର ହେଉଛି ଜନବହୁଳ ଅଞ୍ଚଳ। ଏହି ଇଲାକାରେ ପେଣ୍ଟ ଫ୍ୟାକ୍ଟ୍ରି ଚାଲିଥିଲା। ଗୁରୁବାର ସନ୍ଧ୍ୟାରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ନିଆଁ କ୍ଷୀପ୍ର ବେଗରେ ବ୍ୟାପିଥିଲା। ପ୍ରଥମେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଦ୍ୟତମ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଅଗ୍ନିକାଣ୍ଡ କାରଣରୁ ଅଞ୍ଚଳରେ ହାହାକାର ସ୍ଥିତି ଉପୁଜିଛି। ମୃତକଙ୍କୁ ଚିହ୍ନଟ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଅନ୍ୟ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଫ୍ୟାକ୍ଟ୍ରିରେ ନିଆଁ କେମିତି ଲାଗିଲା ତାର କାରଣ ଜଣା ପଡ଼ିନି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button