ଲାଲୁଙ୍କ ଘନିଷ୍ଠ ସୁଭାଷ ଯାଦବଙ୍କୁ ଗିରଫ କଲା ଇଡ଼ି – Ibnodisha

[ad_1]
ପାଟନା: ରାଷ୍ଟ୍ରୀୟ ଜନତାଦଳର ସୁପ୍ରିମୋ ଲାଲୁ ଯାଦବଙ୍କ ନିକଟତର କୁହାଯାଉଥିବା ସୁଭାଷ ଯାଦବଙ୍କୁ ଗିରଫ କରାଯାଇଛି । ଶନିବାର ସକାଳୁ ରାତି ପର୍ଯ୍ୟନ୍ତ ସୁଭାଷଙ୍କ ଘରେ ଇଡ଼ି ଚଢ଼ାଉ ଜାରି ରଖିଥିଲା। ତାଙ୍କର ୮ ସ୍ଥାନରେ ଥିବା ଘରେ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ ସମୟର ପ୍ରାୟ ୨ କୋଟି ନଗଦ ଟଙ୍କା ଜବତ ହୋଇଛି। ଏହା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଇଡ଼ି ଜବତ କରିଛି। ଏହା ପରେ ଇଡ଼ି ଟିମ୍ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଇଡ଼ି ପକ୍ଷରୁ ଇତିମଧ୍ୟରେ କୌଣସି ସୂଚନା ଜାରି କରାଯାଇ ନାହିଁ। ସୁଭାଷ ବ୍ରାଣ୍ଡସନ କଂଷ୍ଟ୍ରକସନ ପାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ। ତାଙ୍କ ବିରୋଧରେ ବେଆଇନ ବାଲି କାରବାର ଅଭିଯୋଗ ରହିଛି। ତାଙ୍କ ଗିରଫକୁ ନେଇ ଆରଜେଡିରେ ଉତ୍ତେଜନା ପ୍ରକାଶ ପାଇଛି। ସୁଭାଷଙ୍କୁ ବେଉର ଜେଲକୁ ପଠାଇବା ପାଇଁ ଇଡ଼ି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆରଜେଡି ପକ୍ଷରୁ ସୁଭାଷଙ୍କୁ ୨୦୧୯ରେ ଝାଡ଼ଖଣ୍ଡର ଚତରା ଲୋକସଭା ଆସନରୁ ଟିକେଟ ଦେଇଥିଲା। ତେବେ ସେ ନିର୍ବାଚନୋ ପରାଜିତ ହୋଇଥିଲେ। ୨୦୧୮ରେ ତାଙ୍କର ଦିଲ୍ଲୀ. ଧାନବାଦ ଏବଂ ପାଟନା ସମେତ ଅନ୍ୟ କେତେକ ଘରେ ଆୟକର ଚଢ଼ାଉ କରାଯାଇଥିଲା।
[ad_2]




