ରାଜ୍ୟ

ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳିବ ଭତ୍ତା – Ibnodisha

[ad_1]

ଭୁବନେଶ୍ବର: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳିବ ଭତ୍ତା। ଆମ୍ବୁଲାନ୍ସ ଡ୍ରାଇଭର, ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଫେବ୍ରୁଆରୀରୁ ଏହା ଲାଗୁ ହେବ। ବେସିକ ଦରମା ବାଦ ସେମାନେ ଏହି ଭତ୍ତା ପାଇବେ। ଏହି ଅର୍ଥ ରାଜ୍ୟ ଆମ୍ବୁଲାନ୍ସ ଷ୍ଟାଫ ପାଣ୍ଠିରୁ ପ୍ରଦାନ କରାଯିବ। ବିଭିନ୍ନ ଜିଲ୍ଲାଗସ୍ତ କାଳରେ ଭତ୍ତା ବଢାଇବା ଲାଗି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅନୁରୋଧ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଜରୁରୀ ମେଡିକାଲ ଆମ୍ବୁଲାନ୍ସ ସେବା ପାଲଟିଛି ଲାଇଫଲାଇନ। ମାର୍ଚ୍ଚ ୨୦୧୩ରୁ ଏହି ସେବା ଆରମ୍ଭ ହୋଇଛି। ରାଜ୍ୟରେ ବର୍ତ୍ତମାନ ୪୧୧ ଏଏଲଏସ ଆମ୍ବୁଲାନ୍ସ ସମେତ ୧୩୬୬ଟି ଆମ୍ବୁଲାନସ ଓ ୬ଟି ବୋଟ ଆମ୍ବୁଲାନ୍ସ ରହିଛି। ପ୍ରତିମାସରେ ପ୍ରାୟ ୧ ଲକ୍ଷ ୩୦ ହଜାର ରୋଗୀଙ୍କୁ ସେବା ଯୋଗାଉଛି ୧୦୮ ଆମ୍ବୁଲାନ୍ସ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button