ରାଜ୍ୟ

ସ୍କୁଲ କାମର ଟଙ୍କା ମିଳିନି; ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ – Ibnodisha

[ad_1]

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବାଞ୍ଜିବାହାଲ ରାଷ୍ଟ୍ରୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ୫-ଟି ରୂପାନ୍ତରଣ କାମ ସମ୍ପୂର୍ଣ୍ଣ ହୋଇଛି। ହେଲେ ଗୋଟିଏ ବର୍ଷ ହେଲା ପ୍ରାପ୍ୟ ମିଳିନଥିବାରୁ ଆଜି ସ୍କୁଲ କମିଟି ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି। ମୋଟ ୭୩ ଲକ୍ଷ ଟଙ୍କାର କାମ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ କିଛି ଟଙ୍କା ଦେଇ ଚୁପ୍ ରହିଛନ୍ତି। ଯେତେ ଦାବି କଲେ ମଧ୍ୟ ଦେଉନଥିବାରୁ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଯାଇଥିବା କମିଟି ସଦସ୍ୟ ପ୍ରକାଶ କରିଛନ୍ତି। ତେବେ ଦୀର୍ଘ ସମୟ ପରେ ବିଡିଓ ଭକ୍ତବନ୍ଧୁ ବୁଡ଼େକ ଓ ସହକାରୀ ଯନ୍ତ୍ରୀ ପହଞ୍ଚି  ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ୪ ତାରିଖ ଭିତରେ ବାକିଥିବା ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଓ ସ୍କୁଲ କମିଟି ଧାରଣାରୁ ଉଠିଥିଲେ। ଏହି ଦାବି ସମାବେଶରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀଙ୍କ ସହ ସ୍କୁଲ କମିଟି ସଭାପତି ଅଶୋକ ଭୋଇ, ଥବିର ଧରୁଆ, ଯୁଧିଷ୍ଠିର ଶବର, ଭୂମିସୂତା ଭୋଇ, ସୁର୍ଯ୍ୟକାନ୍ତି ଗୁରୁ, ଅମିଲାଲ ଶବର, ହୀରା ମେହେର, ଟଙ୍କଧର ଶବର, ପରମାନନ୍ଦ ଭୋଇ, ଆମୋଦ ଭୋଇ ପ୍ରମୁଖ ସାମିଲ ଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button