ରାଜ୍ୟ

କାମ ଆଶାରେ ପୁଣେ ଯାଇଥିଲେ ଗଂଜାମର ତ୍ରିପତି ମୁନି, ୨୦ ଦିନ ହେଲା ନିଖୋଜ – Ibnodisha

[ad_1]

ସୋରଡ଼ା: ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ଶୁରମଣି ଗ୍ରାମର ତ୍ରିପତି ନାରାୟଣ ମୁନି(୨୪) ନିଖୋଜ ହେବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ। ତ୍ରିପତି ୫ ମାସ ହେଲା କାମ ଆଶାରେ ପୁଣେ ଯାଇଥିଲେ। ଗତ ୪ ତାରିଖରେ ସେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଆସୁଥିଲେ। ହେଲେ ସେ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ନଥିଲେ। ଆଉ ୬ ତାରିଖରୁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ ଦେଖାଉଛି। ତେବେ ଗତ ୬ ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ପରିବାର ଲୋକଙ୍କୁ ଫୋନ ଆସିଥିଲା। ଉକ୍ତ ଅଜଣା ବ୍ୟକ୍ତି ଜଣଙ୍କ ୩ ହଜାର ଟଙ୍କା ପଠାଇଲେ ତ୍ରିପତିକୁ ଛଡ଼ାଯିବ ବୋଲି କହିଥିଲେ। ପରେ ପରିବାର ଲୋକେ ଉକ୍ତ ନମ୍ବରରେ ଅନଲାଇନ୍ ଜରିଆରେ ତାଙ୍କୁ ୩ ହଜାର ଟଙ୍କା ପଠାଇଥିଲେ। ଆଉ ତାଙ୍କୁ ଫୋନ କରିବାରୁ ସେ କହିଲେ ଆମେ ଟିକଟ୍ କରି ତାଙ୍କୁ ଟ୍ରେନରେ ବସାଇ ଦେଇଛୁ ସେ ୧୦ ତାରିଖରେ ବ୍ରହ୍ମପୁରରେ ଓହ୍ଲାଇବେ। ହେଲେ ସେ ବ୍ରହ୍ମପୁରରେ ଓହ୍ଲାଇ ନଥିଲେ। ସେହିଦିନ ଠାରୁ ତ୍ରିପତିଙ୍କ କୌଣସି ଖୋଜ୍ ଖବର ନାହିଁ। ଅନ୍ୟପଟେ ଘର ଲୋକ ତ୍ରିପତିଙ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି। ସୋରଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button