ରାଜ୍ୟ

ଅସହ୍ୟ ତାତି : ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ତାତିରୁ ମିଳିବନି ତ୍ରାହି । ୫ ଦିନ ଯାଏଁ ଜଳିବ ଓଡ଼ିଶା । ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବଢ଼ିବା ସମ୍ଭାବନା ରହିଛି । ଅସହ୍ୟ ତାତି ସହ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ବଢୁଛି ତାତି। ଉପରମୁହାଁ ହେଉଛି ପାରଦ। ବୁଧବାର ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା। ୪୧.୨ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଚାନ୍ଦବାଲି ୪୦, ଝାରସୁଗୁଡା ୩୯.୨, କେନ୍ଦୁଝର ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button