ରାଜ୍ୟ

୨୦ ଲକ୍ଷ ବିପନ୍ନଙ୍କୁ ମିଳିବ ଘର: ମନ୍ତ୍ରୀ

ସୋର: ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହୋଇଥିବା ରାଜ୍ୟର ୨୦ ଲକ୍ଷ ବିପନ୍ନଙ୍କୁ ଘର ମିଳିବ। ଆଜି ବାଲେଶ୍ବରର ସୋରଠାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଅବସରରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏହା କହିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ସୋର ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତ କୁଡ଼େଇ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ।

ସେଠାରେ ଲୋକମାନଙ୍କ ସହିତ ଖାଦ୍ୟ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାସହିତ ସେ କହିଥିଲେ, ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ସରକାରୀ ଯୋଜନାରେ ପକ୍କାଘର ମିଳିବ। ବିପନ୍ନମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ। ରାଜ୍ୟର ୨୦ ଲକ୍ଷ ଲୋକଙ୍କୁ ଘର ବାଣ୍ଟିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରୁ କେହି ବାଦ୍ ପଡ଼ିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା,ଜିଲ୍ଲା ପରିଷଦ ସଦସ୍ୟ ଜୟନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button