ରାଜ୍ୟ

ଦ ମ୍ୟାଜିକ୍ ମନ୍ତ୍ର ଅଫ୍ ଫାଇଭ୍ ଟି : ଏ ଟେଲ୍ ଅଫ୍ ଟ୍ରାନ୍ସଫର୍ମିଂ ନବରଙ୍ଗପୁର ଲୋକାର୍ପିତ – Ibnodisha

[ad_1]

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ ‘ମ୍ୟାଜିକ୍ ମନ୍ତ୍ର ଅଫ୍ ଫାଇଭ୍ ଟି: ଏ ଟେଲ୍ ଅଫ୍ ଟ୍ରାନ୍ସଫର୍ମିଂ ନବରଙ୍ଗପୁର’ ଲୋକାର୍ପିତ ହୋଇଛି । ଫାଇଭ୍ ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ମୁଖ୍ୟ ଭି କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ ଇନ ବୁକ୍ସ’ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଫାଇଭ୍ ଟି ମନ୍ତ୍ର ଦ୍ୱାରା ଅନୁପ୍ରେରିତ ନବରଙ୍ଗପୁର ଜିଲ୍ଲାର ରୂପାନ୍ତରଣର ସଫଳ କାହାଣୀ ଚିତ୍ରିତ ହୋଇଛି।

ଡ. ମିଶ୍ର ଏହି ଜିଲ୍ଲାରେ ୨୦୧୮ ରୁ ୨୦୨୧ ମସିହା ପାର୍ଯ୍ୟନ୍ତ ଜିଲ୍ଲାପାଳ ଥିବା ମଧ୍ୟରେ ଶିକ୍ଷା , ସ୍ୱାସ୍ଥ୍ୟ , କୃଷି, ଗମନାଗମନ, ପ୍ରାଣୀସସମ୍ପଦ , ଜଙ୍ଗଲ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଳେଖଯୋଗ୍ୟା ବିକାଶ ସମ୍ଭବପର ହୋଇଥିଲା। ଫଳ ସ୍ୱରୂପ ୨୦୧୮ ରେ ୧୧୨ ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୧୦୯ ସ୍ଥାନରେ ଥିବା ନବରଙ୍ଗପୁର ଜିଲ୍ଲା ୨୦୨୧ ବେଳକୁ ସମଗ୍ର ଦେଶରେ ୧୩ତମ ସ୍ଥାନକୁ ଉନ୍ନୀତ ହେବା ସହ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଭିଏତନାମ ଠାରେ ଅନୁଷ୍ଠିତ ବିଶ୍ୱ ସମ୍ମେଳନରେ ନବରଙ୍ଗପୁର ବିକାଶ ମଡ଼େଲ ପ୍ରଶଂସିତ ହେବା ସହ ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡ ରେ ସମ୍ମାନିତ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପି ଏଚ ଡି ଉପାଧି ଲାଭ କରିଥିବା ଡଃ ଅଜିତ କୁମାର ମିଶ୍ର ୧୯୮୯ରେ ଓଡିଶା ପ୍ରଶାସନରେ ଯୋଗ ଦେଇଥିଲେ। ସେ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓ ଏସ ଡି ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବରେ ସଫଳତା ସହ ଦାୟିତ୍ୱ ନିର୍ବାହ କରି ପ୍ରଶଂସିତ ହୋଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button