ରାଜ୍ୟ

୭ କିମି ପାହାଡ଼ ଓହ୍ଲାଇଲେ ସ୍କୁଲ, ଅଙ୍ଗନବାଡ଼ି; ପାଣି ପାଇଁ ଯାଆନ୍ତି ୩ କିମି – Ibnodisha

[ad_1]

ବିଜୁଳି, ରାସ୍ତା ସାତସପନ

ଫୁଲବାଣୀ: ସମୁଦ୍ର ପତନଠାରୁ ୨ ହଜାର ଫୁଟ ଉଚ୍ଚତାରେ ପାହାଡ଼ ଉପରେ ଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍‌ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ପାର୍କାଡ଼ି ଗ୍ରାମବାସୀ ସମସ୍ତ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି। ଗାଁଟି କନ୍ଧମାଳ ଫୁଲବାଣୀଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଏବଂ ଫିରିଙ୍ଗିଆ ବ୍ଲକ ସଦର ମହକୁମାଠାରୁ ୯୦ କିଲୋମିଟର ଦୂରରେ ରହିଛି। ଲୁଇସିଂ ଠାରୁ ଏହି ଗାଁକୁ ରାସ୍ତା ନାହିଁ। ପଞ୍ଚାୟତ ସଦର ମହକୁମା ଠାରୁ ଏହି ଗାଁର ଦୂରତା ୧୨ କିମି ବୋଲି ଜଣାପଡ଼ିଛି। ପାହାଡ଼ ଉପରେ ଥିବା ପାର୍କାଡ଼ିରେ ବିକ୍ଷିପ୍ତ ଭାବେ ୨୫ ପରିବାର କନ୍ଧ ସମ୍ପ୍ରଦାୟର ଆଦିବାସୀ ବାସ କରନ୍ତି।

ଗାଁର ଲୋକ ସଂଖ୍ୟା ୧୫୦। ଦୁର୍ଭାଗ୍ୟର କଥା ହେଲା, ଏହି ଗାଁରେ ଆଜିର ଦିନରେ ସ୍କୁଲ ଏବଂ ଅଙ୍ଗନବାଡ଼ି ନାହିଁ। ଗାଁର ପିଲାମାନେ ପାହାଡ଼ ତଳକୁ ଓହ୍ଲାଇ ୭ କିଲୋମିଟର ଚାଲିବା ପରେ ନିକଟସ୍ଥ ଅନ୍ୟ ଏକ ଗାଁ ଲାଠିକୁମ୍ପାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିଥାନ୍ତି। ଆଜି ପର୍ଯ୍ୟନ୍ତ ଏ ଗାଁର ଜଣେ ହେଲେ ପିଲା କଲେଜ ପର୍ଯ୍ୟନ୍ତ ଯାଇପାରିନାହାନ୍ତି। ଗାଁକୁ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇନାହିଁ। ଗାଁରେ ନଳକୂପ କିମ୍ବା କୂଅ ନାହିଁ। ଫଳରେ ପିଇବା ପାଣି ଟୋପାଏ ପାଇଁ ଗାଁର ମହିଳାମାନେ ୩ କିଲୋମିଟର ଦୂର ଏକ ଜଙ୍ଗଲୀ ନାଳ ରାବି ମାଉଲିରୁ ପିଇବା ପାଣି ସଂଗ୍ରହ କରିଥାନ୍ତି। ଏହି ଗାଁରେ କେହି ରୋଗରେ ପଡ଼ିଲେ ଦୋଳାରେ ଲୁଇସିଂ ପର୍ଯ୍ୟନ୍ତ ୧୨ କିଲୋମିଟର ବୋହି ବୋହି ନେବାକୁ ପଡ଼ିଥାଏ। କୌଣସି ସରକାରୀ ବାବୁ କିମ୍ବା ରାଜନେତା ଏ ଗାଁକୁ ଆସି ନଥାନ୍ତି। ଅନ୍ୟପଟେ ଏହି ଗାଁର କୌଣସି ଜଣେ ଆଦିବାସୀ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ ମିଳି ନାହିଁ ବୋଲି କହିଛନ୍ତି ଗାଁର ୱାର୍ଡମେମ୍ବର ଗଲିଶା କହଁର। ରାସନ, ଚିନି, ମାଟିତେଲ, ଚାଉଳ ପାଇଁ ମଧ୍ୟ ୭ କିଲୋମିଟର ଚାଲିଚାଲି ଯିବାକୁ ପଡ଼ିଥାଏ ବୋଲି ଗାଁଲୋକେ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button