ରାଜ୍ୟ

ଚାପି ଦେଲା ଗ୍ରାମାଞ୍ଚଳ ପରିବହନ ବସ୍, ଚାଲିଗଲା ଶିଶୁର ଜୀବନ

ବିଷମ କଟକ: ଗ୍ରାମାଞ୍ଚଳ ପରିବହନ ବସ ଧକ୍କାରେ ୧ ବର୍ଷ ତିନି ମାସ ଶିଶୁର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ କାଙ୍କୁବାଡ଼ି ପଞ୍ଚାୟତ କିତିଙ୍କି ଗ୍ରାମ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ଅନୁଯାୟୀ କିତିଙ୍ଗି ଗ୍ରାମରେ ବସ୍ ଠିଆ ହୋଇଥିବା ବେଳେ ଶିଶୁଟି ବସର ପଛ ଚକ ତଳେ ବସିଥିଲା। ବସ ଡ୍ରାଇଭର ବସ ଆଗକୁ ଚଳାଇଥିବା ବେଳେ ଶିଶୁଟି ବସ ଚକ ତୋଳେ ଚାପି ହୋଇ ମୃତ୍ୟୁବରଣ କରିଛି।

ସେ ସମୟରେ ମୃତ ଶିଶୁର ମା ରାସ୍ତାକଡ଼ରେ ଥିବା ନଳକୂପରେ ଗାଧୋଉଥିଲେ। ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ବିଷମ କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି। ମୃତ ଶିଶୁଙ୍କ ପରିଚୟ ସାଇଁରାମ ହିକକା ହୋଇଥିବା ବେଳେ ତାଙ୍କ ପିତା ଯୋଗୀ ହିକକା ବୋଲି ଜଣା ପଡ଼ିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button