IBN ଓଡ଼ିଶା ବ୍ୟୁରୋ

ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ପାକିସ୍ତାନ ଗସ୍ତରେ ଯିବେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ପାକିସ୍ତାନ ଗସ୍ତରେ ଯିବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ତାଙ୍କର ଏହି ଗସ୍ତ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଏହି ଏସସିଓ ସମ୍ମିଳନୀରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଆଞ୍ଚଳିକ ସୁରକ୍ଷା, ଆର୍ଥିକ ସହଯୋଗ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବାସ୍ତବରେ ଆଞ୍ଚଳିକ ସ୍ଥିରତା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଏସସିଓ ବୈଠକ ଅନୁଷ୍ଠିତ ହେଉଛି; ଯେଉଁଥିରେ ଚୀନ୍, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶ ସହ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଜୟଶଙ୍କରଙ୍କ ଉପସ୍ଥିତି ମଧ୍ୟ ଏହି ଆଞ୍ଚଳିକ ଫୋରମରେ ଭାରତର ଭୂମିକା ଏବଂ ପ୍ରଭାବକୁ ସୃଦୃଢ କରିବ। ୧୫ରୁ ୧୬ ଅକ୍ଟୋବର ଦୁଇ ଦିନ ଧରି ଏସସିଓର ସମ୍ମିଳନୀ ଅନୁଷ୍ଠିତ ହେବ । ଗତ ବର୍ଷ ଭର୍ଚୁଆଲ ମୋଡରେ ଭାରତ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିଥିଲା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅନଲାଇନରେ ଅଂଶଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button