IBN ଓଡ଼ିଶା ବ୍ୟୁରୋ

ଆପଣ ୨୦୪୭ ଯାଏ ବଞ୍ଚନ୍ତୁ, ଖଡ଼ଗେଙ୍କୁ ଟାର୍ଗେଟ୍‌ କଲେ ଶାହ

‘ଖଡ଼ଗେ ଦୀର୍ଘାୟୁ ହୁଅନ୍ତୁ। ସୁସ୍ଥ ରୁହନ୍ତୁ। ୨୦୪୭ ଯାଏ ବିକଶିତ ଭାରତର ନିର୍ମାଣ ହେବା ଯାଏ ସେ ଜୀବିତ ରୁହନ୍ତି।’ ଆଜି ଏଭଳି କିଛି କହି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଜମ୍ମୁ-କଶ୍ମୀରର ଜସ୍ରୋତାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅସୁସ୍ଥ ହୋଇପଡିଥିଲେ।

ତଥାପି ଟିକେ ଭଲ ଲାଗିବା ପରେ ସେ ମୋଦିଙ୍କୁ ସମାଲୋଚନା କରିଥିଲେ। ମୋଦିଙ୍କୁ କ୍ଷମତାରୁ ନହଟାଇବା ଯାଏଁ ସେ ମରିବେ ନାହିଁ ବୋଲି କହିଥିଲେ। ଏବେ ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ପ୍ରତିକ୍ରିୟା ରଖିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button