IBN ଓଡ଼ିଶା ବ୍ୟୁରୋ

ଆଉ ମଦ ପିଇବିନି କହିବାରୁ ସାଙ୍ଗକୁ ହତ୍ୟା

ଦ ନିଶାର ପରିଣାମ କେତେ ଭୟଙ୍କର ହୋଇପାରେ, ତାର ଆଉ ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଦୁଇ ବନ୍ଧୁ ସାଙ୍ଗ ହୋଇ ମଦ ପିଇବା ପରେ ଜଣେ ଅନ୍ୟ ଜଣଙ୍କର ଜୀବନ ନେଇଯାଇଛି। କୌଣସି ଜମି-ଜମା ସଂକ୍ରାନ୍ତୀୟ କାରଣ ନୁହେଁ, ବରଂ ମଦ ପିଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁସାରେ, ଏହି ଘଟଣା ଆମେରିକାର ହମ୍ପଟନ୍ସରେ ଘଟିଛି।

୪୩ ବର୍ଷୀୟ ଜେରେମି ଆଲେନ ଏବଂ ଖ୍ରୀଷ୍ଟୋଫର ହାହ (୪୩) ସାଙ୍ଗ ହୋଇ ମଦ ପିଇଥିଲେ। ଏହି ସମୟରେ ଉଭୟ ସେମାନଙ୍କ ଜୀବନର ପରବର୍ତ୍ତୀ ଯୋଜନା ବାବଦରେ ଚର୍ଚ୍ଚା କରିଥିଲେ।

ହାହ କହିଥିଲେ, ମୁଁ ଆଉ ଆଗକୁ ମଦ ପିଇବି ନାହିଁ। ମଦ ଅଭ୍ୟାସଠୁ ଦୂରେଇ ରହିବି। ଏହାକୁ ନେଇ ଆଲୋନ ତାଙ୍କ ସହ ଯୁକ୍ତି କରିଥିଲେ। ଏହି ଯୁକ୍ତି ଏପରି ଉଗ୍ରରୂପ ଧାରଣ କରିଥିଲା ଯେ ଆଲେନ ତାଙ୍କୁ ଛଅ ଘଣ୍ଟା ଧରି ବାଡ଼େଇଥିଲେ।

କେବଳ ମାଡ଼ ମାରିନଥିଲେ ଛୁରୀରେ ତାଙ୍କ ବେକ ଏବଂ ମୁଣ୍ଡକୁ ଗଭୀର ଆଘାତ ଦେଇଥିଲେ। ଫଳରେ ହାହଙ୍କର ମୃତ୍ୟୁ ଘଟିଛି। ପୁଲିସ ଆଲେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button