‘ବିନା ସେକ୍ସରେ କିପରି କଟାଇବ ୧୦୦ ଦିନ’, ପଚାରିଲେ ଆୟୋଜକ-

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଘାଟଣା ବିଷୟରେ କହିବୁ ଯାହା ବର୍ତ୍ତମାନ ବହୁତ ଚର୍ଚ୍ଚାର ବିଷୟ ହୋଇଛି । ହିନ୍ଦୀ ବିଗବସ୍ ବିଷୟରେ ତ ଆପଣମାନେ ଜାଣିଥିବେ । ତେବେ ଆଜି ଆମେ ଆପଣଙ୍କୁ ତେଲଗୁ ବିଗବସ୍ ବିଷୟରେ କହିବାକୁ ଯାଉଛୁ, ଯାହା ଏବେ ବହୁତ ବିବାଦର ବିଷୟ ହୋଇଛି । କାହିଁକି ନା ଏବେ ଯେଉଁ ସେଶନ ଚାଲିଛି ସେଥିରେ ପ୍ରଯୋଜକ ଜଣଙ୍କ ଜଣେ ଅଭିନେତ୍ରୀଙ୍କୁ କିଛି ଖରାପ ବ୍ୟବହାର କରିଥିବାରୁ ସେ ସେମାନଙ୍କ ନାଁ ରେ ପୁଲିସ ରେ ଅଭିଯୋଗ କରିଛନ୍ତି । ତେବେ ଘଟଣା ଟି କଣ ସେହି ବିଷୟରେ ଆଜି ଆମେ ଆପଣଙ୍କୁ ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ କରିବୁ ।
ସୋ’ର କୋ-ଅର୍ଡିନେଟର ତାଙ୍କୁ ବିନା ସେକ୍ସରେ ଶହେ ଦିନ କପରି କଟାଇବ ବୋଲି ପ୍ରଶ୍ନ କରିଥିଲେ, ବୋଲି ଗାୟତ୍ରୀ ଅଭିଯୋଗ କରିଥିଲେ । ଏବେ ଏହା ବହୁତ ଚର୍ଚ୍ଚାର ବିଷୟ ହୋଇଛି । ବିଗ୍ ବସ୍ ସିଜିନ ୩ ପାଇଁ ତାଙ୍କୁ ପ୍ରଥମେ ସ୍ଵାକ୍ଷର କରଯାଇଥିଲା କିନ୍ତୁ ପରେ ତାଙ୍କୁ ଏହି ସୋ ପାଇଁ ମାନା କରଯାଇଥିଲା ବୋଲି ମଧ୍ୟ ସେ ଅଭିଯୋଗ କରି ଛନ୍ତି । ବିଗବସ୍ ନାମରେ ଟେଲିଭିଜନ କଳାକାରଙ୍କୁ ଏହା ଏକ ଶୋଷଣ ବୋଲି ଅଭିଯୋଗରେ ଗାୟତ୍ରୀ ଉଲ୍ଲେଖ କରିଥିବା ବେଳେ ପୋଲିସ ଏବେ ମାମଲାର ତଦନ୍ତ କରୁଛି।