ସ୍ୱାସ୍ଥ୍ୟ

ସବୁ ସମସ୍ୟା ହୋଇପାରିବ ଦୂର- କରନ୍ତୁ ଲେମ୍ବୁର ଏହି ୧୦ଟି ଚମତ୍କାରୀ ଉପାୟ!

ବହୁତ ଲୋକ ଲେମ୍ବୁର ତାନ୍ତ୍ରିକ ପ୍ରୟୋଗ କରିଥାନ୍ତି କିନ୍ତୁ ଏହାର ସାତ୍ଵିକ ବ୍ୟବହାର ମଧ୍ୟ ହୁଏ । ଏଠାରେ ଆମେ ସେ ସାତ୍ଵିକ ଉପାୟରୁ କିଛି କହିବୁ ଯାହା ସମାଜରେ ମଧ୍ୟ ପ୍ରଚଳିତ ଅଛି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଲେମ୍ବୁ ବହୁତ ଲାଭଦାୟକ ଅଟେ । କିନ୍ତୁ ଲେମ୍ବୁରେ ଆପଣଙ୍କ ସଙ୍କଟ ଦୂର କରିବାର କ୍ଷମତା ମଧ୍ୟ ଅଛି । ଏବଂ ଏହି ଲେମ୍ବୁ ଆପଣଙ୍କୁ ଧନୀ ମଧ୍ୟ ବନେଇପାରେ ।

 

୧। ଖରାପ ଦୃଷ୍ଟିରୁ ବଞ୍ଚାଏ-

ଏହି ଉପାୟ ଆପଣ ମାନେ ଜାଣିଥିବେ ନିଶ୍ଚିନ୍ତ। ଆପଣମାନେ ଦେଖିଥିବେ ଖରାପ ନଜରରୁ ବଞ୍ଚିବା ପାଇଁ ଘରେ ହଊ ବା ଦୋକାନ ମାନଙ୍କରେ କିଛି ଲଙ୍କା ସହ ଲେମ୍ବୁକୁ ବାନ୍ଧି ତାକୁ ଟଙ୍ଗାଯାଏ। କାହିଁକି ନା ଲେମ୍ବୁ ଖରାପ ଦୃଷ୍ଟିରୁ ବଞ୍ଚାଇବାରେ ସାହାଯ୍ୟ କରେ। କୁହାଯାଏ କି ଲେମ୍ବୁର ଖଟା ଅଂଶ ଓ ଲଙ୍କାର ରାଗ ଅଂଶ ଖରାପ ଦ୍ରୁଷ୍ଟି ଥିବା ଲୋକର ଏକାଗ୍ରତା ଭାଙ୍ଗିଥାଏ। ଯାହା ଦ୍ଵାରା ସେ ଅଧିକ ସମୟ ଧରି ଘର ବା ଦୋକାନକୁ ଦେଖିପାରେ ନାହିଁ।

୨। ବାସ୍ତୁ ଦୋଷ ଦୂର କରେ ଲେମ୍ବୁ-

ଯେଉଁ ଘରେ ଲେମ୍ବୁ ଗଛ ଥାଏ ସେଠି କୌଣସି ପ୍ରକାରର ନାକାରାତ୍ମକ ଊର୍ଜା ସକ୍ରିୟ ହୋଇପାରେ ନାହିଁ। ଲେମ୍ବୁ ଗଛ ଥିବା ଜାଗାରେ ପରିବେଶ ଶୁଦ୍ଧ, ସ୍ବଚ୍ଛ ଓ ସାକାରାତ୍ମକ ଊର୍ଜାରେ ଭରପୁର ରୁହେ। ଲେମ୍ବୁ ଗଛ ଘରର ବାସ୍ତୁ ଦୋଷକୁ ଦୂର କରେ। ଯଦି ଲେମ୍ବୁ ଗଛ ନାହିଁ ତେବେ ଗୋଟେ ଲେମ୍ବୁ ନେଇ ତାକୁ ଘରର ଚାରିପଟେ ବୁଲାଇ କୌଣସି ଏକ ସୁନସାନ ଜାଗାରେ ତାକୁ ଚାରିଫାଳ କରି ଚାରି ଦିଗରେ ଗୋଟେ ଗୋଟେ ଫାଳ ପକାଇ ଆସନ୍ତୁ। ଫେରିବା ବେଳେ ପଛକୁ ବୁଲି ଦେଖନ୍ତୁ ନାହିଁ।

୩। ସଫଳତା ପାଇଁ-

କଠିନ ପରିଶ୍ରମ କରି ମଧ୍ୟ ଯଦି ସଫଳତା ମିଳୁ ନାହିଁ ତେବେ କୌଣସି ଏକ ହନୁମାନ ମନ୍ଦିରକୁ ଯାଆନ୍ତୁ ଓ ସାଙ୍ଗରେ ଗୋଟେ ଲେମ୍ବୁ ଓ ୪ଟି ଲବଙ୍ଗ ନେଇକି ଯାଆନ୍ତୁ। ମନ୍ଦିରରେ ପହଞ୍ଚିବା ପରେ ଲେମ୍ବୁ ଉପରେ ୪ଟି ଯାକ ଲବଙ୍ଗ ଲଗାଇ ଦିଅନ୍ତୁ। ଏହା ପରେ ହନୁମାନ ଚାଳିଶା ପାଠ କରନ୍ତୁ। ଏହା ପରେ ହନୁମାନଙ୍କୁ ସଫଳତା ପାଇବା ପାଇଁ ପାର୍ଥନା କରନ୍ତୁ ଓ ଲେମ୍ବୁ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ। ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ସଫଳତାର ସମ୍ଭାବନା ବଢିଥାଏ।

୪। ଖରାପ ଦ୍ରୁଷ୍ଟି ଛଡାଇବା ପାଇଁ-

ଯଦି କୌଣସି ଶିଶୁକୁ ବା ବଡଲୋକଙ୍କୁ ମଧ୍ୟ ଖରାପ ନଜର ଲାଗି ଥାଏ ତେବେ ତାଙ୍କ ମୁଣ୍ଡ ଉପରୁ ପାଦ ପର୍ଯ୍ୟନ୍ତ ୭ଥର ଲେମ୍ବୁକୁ ବୁଲାନ୍ତୁ, ଏହା ପରେ ସେହି ଲେମ୍ବୁକୁ ଚାରି ଫାଳ କରି କୌଣସି ଏକ ନିର୍ଜନ ସ୍ଥାନରେ ଫୋପାଡି ଦିଅନ୍ତୁ। ଏହାକୁ ଫୋପାଡିବା ପରେ ପଛକୁ ଦେଖନ୍ତୁ ନାହିଁ।

୫। ବ୍ୟବସାୟରେ ଲାଭ ପାଇଁ-

ଯଦି କାହାର ବ୍ୟବସାୟ ଠିକରେ ଚାଲୁ ନାହିଁ ତେବେ ତାହା ପାଇଁ ଏକ ଛୋଟ ଉପାୟ ଅଛି। ଗୋଟେ ଲେମ୍ବୁକୁ ଦୋକାନର ଚାରି କାନ୍ଥରେ ସ୍ପର୍ଶ କରାନ୍ତୁ। ଏହାପରେ ଲେମ୍ବୁକୁ ଚାରି ଭାଗରେ କାଟି ଚାରି ଦିଗରେ ଗୋଟେ ଗୋଟେ ଫାଳ ଫୋପାଡି ଦିଅନ୍ତୁ। ଏହା ଦ୍ଵାରା ଦୋକାନର ନାକାରାତ୍ମକ ଊର୍ଜା ନଷ୍ଟ ହୋଇ ବ୍ୟବସାୟରେ ଲାଭ ହେବା ଆରମ୍ଭ ହେବ। ଏହି ଉପାୟ ୭ଟି ଶନିବାର କରନ୍ତୁ।

୬। ଭାଗ୍ୟ ବୃଦ୍ଧି ପାଇଁ-

ଗୋଟେ ଲେମ୍ବୁକୁ ନିଜ ମୁଣ୍ଡ ଉପରେ ୭ଥର ବୁଲାଇ ତାକୁ ଦୁଇ ଫାଳ କରନ୍ତୁ। ବାମ ହାତରେ ଥିବା ଲେମ୍ବୁକୁ ଡାହାଣ ପଟେ ଓ ଡାହାଣ ହାତରେ ଥିବା ଲେମ୍ବୁକୁ ବାମ ପଟେ ଫୋପାଡି ଦିଅନ୍ତୁ।

୭। ଚାକିରି ପାଇଁ-

ଗୋଟେ ଲେମ୍ବୁ ଉପରେ ୪ଟି ଲବଙ୍ଗ ଲଗାଇ “ଓଁ ଶ୍ରୀ ହନୁମତେ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରି ସେହି ଲେମ୍ବୁକୁ ନିଜ ସହ ନେଇକି ଯାଆନ୍ତୁ। ଆପଣଙ୍କ କାମ ନିଶ୍ଚିନ୍ତ ହେବ। ଯଦି ବହୁତ ଚେଷ୍ଟା କରି ମଧ୍ୟ ଚାକିରି ମିଳୁ ନାହିଁ, ତେବେ ଗୋଟେ ବଡ ଲେମ୍ବୁ ନେଇ ୧୨ଟା ବାଜିବା ପୂର୍ବରୁ ଏକ ଚାରିଛକରେ ଯାଇ ତାର ଚାରି ଫାଳ କରି ଚାରି ଦିଗରେ ଫିଙ୍ଗି ଦିଅନ୍ତୁ। ଫଳ ସ୍ୱରୂପ ଚାକିରି ସମସ୍ୟା ଦୂର ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button