IBN ଓଡ଼ିଶା ବ୍ୟୁରୋ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ୫ଟି ଗୁଣ ଥିବା ବ୍ୟକ୍ତି ଅଟନ୍ତି ଭାଗ୍ୟଶାଳୀ

ଆଚାର୍ଯ୍ୟ ଚାଣକ୍ୟ ବହୁତ ବିଦ୍ଵାନ ମଣିଷ ଥିଲେ । ଏବଂ ତାଙ୍କର ନୀତି ଗୁଡିକରୁ ମଧ୍ୟ ବହୁତ କିଛି ଶିଖିବାକୁ ମିଳେ । ସେ ନିଜର ନୀତି ମଧ୍ୟରେ ମନୁଷ୍ୟ ଜାତି ବିଷୟରେ ବହୁତ କିଛି କଥା କହିଛନ୍ତି ଯାହା କି ବର୍ତ୍ତମାନ ସମୟ ରେ ସତ ହେଉଛି । ସେ ଏମିତି ବହୁତ କଥା କହିଛନ୍ତି ଯାହାକୁ ମଣିଷ ନିଜ ଜୀବନରେ ପାଳନ କରିବା ଦ୍ଵାରା ସଫଳ ହୋଇପାରିବେ ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟଙ୍କର କୁହାଯାଇଥିବା ୫ ଟି ଏମିତି କଥା ବିଷୟରେ କହିବୁ ଯାହା ଯଦି କୌଣସି ପୁରୁଷ ମଧ୍ୟରେ ଥାଏ ତେବେ ସେ ବହୁତ ଭାଗ୍ୟବାନ ହୋଇଥାଏ ।

ଆସନ୍ତୁ ଜାଣିବା ପୁରୁଷଙ୍କ ମଧ୍ୟରେ କଣ ଏମିତି ୫ ଟି କଥା ଅଛି ଯାହା ତାଙ୍କୁ ବନାଇଥାଏ ଭାଗ୍ୟଶାଳୀ

· ଯେଉଁ ବ୍ୟକ୍ତି ନିଜର ପରିବାର ସହିତ ନିଜର ସମ୍ପର୍କୀୟ ଏବଂ ବନ୍ଧୁ ମାନଙ୍କର ଧ୍ୟାନ ରଖନ୍ତି ସେହି ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହି ବ୍ୟକ୍ତିଙ୍କ ପାଖରେ କେବେ ବି ଧନ କମ ହୁଏ ନାହିଁ ଏମାନେ ଜୀବନରେ ସବୁବେଳେ ଖୁସି ରୁହନ୍ତି ।

· ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ସକାଳେ ଉଠି ବାୟାମ କରେ ତାଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ୟା ହୁଏ ନାହିଁ । ସେମାନେ ନିଜର କାର୍ଯ୍ୟ ଠିକ ଭାବରେ କରନ୍ତି ଏବଂ ତାଙ୍କୁ ନିଜର କାର୍ଯ୍ୟ କ୍ଷେତ୍ରରେ କୌଣସି ପ୍ରକାର ବାଧା ର ସାମ୍ନା କରିବାକୁ ପଡେ ନାହିଁ ।

· ଆଚାର୍ଯ୍ୟ ଚାଣକ୍ୟ କହନ୍ତି କି ଯେଉଁ ବ୍ୟକ୍ତି ସମସ୍ତଙ୍କୁ ଆଦର କରେ ତାଙ୍କ ଉପରେ ଭଗବାନ ସବୁବେଳେ ସନ୍ତୁଷ୍ଠ ଥାନ୍ତି । ସେ ସବୁବେଳେ ଧନ ଧାନ୍ୟରେ ପରିପୂର୍ଣ୍ଣ ରୁହନ୍ତି ।

· ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ପୁରୁଷ ନିଜର ଗୋପନ କଥା କୁ କୌଣସି ଅନ୍ୟ ବ୍ୟକ୍ତି ଆଗରେ ଉଜାଗର କରି ନଥାଏ ସେମାନେ ଭାଗ୍ୟ ଦ୍ଵାରା ଧନୀ ହୋଇଥାନ୍ତି ।

· ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ଯେଉଁ ପୁରୁଷ ନିଜ ଜୀବନରେ ଯାହା ମିଳିଛି ସେଥିରେ ସନ୍ତୁଷ୍ଟ ରହିଥାନ୍ତି ସେହି ପୁରୁଷ ର ଭାଗ୍ୟ ସବୁବେଳେ ଚମକି ଥାଏ । କାରଣ କମ ପାଇ ସୁଖୀ ରହୁଥିବା ବ୍ୟକ୍ତି ସବୁବେଳେ ଜୀବନକୁ ସୁଖୀ ପୂର୍ବକ ବ୍ୟତିତ କରିବାକୁ ଚାହେଁ । ତାକୁ ଜୀବନରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡେ ନାହିଁ ।

ତେବେ ଏ ହେଉଛି ସେହି ସବୁ ଗୁଣ ଯାହା ଯଦି ଗୋଟେ ବ୍ୟକ୍ତି ପାଖରେ ଥାଏ ତେବେ ସେହି ବ୍ୟକ୍ତିକୁ ଆମେ ଭାଗ୍ୟଶାଳୀ ବୋଲି କହିପାରିବା। ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲା ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button