ରାଜ୍ୟ

ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ – Ibnodisha

[ad_1]

ଭୁବନେଶ୍ୱର: ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ । ପ୍ରଥମ ସୂର୍ଯ୍ୟପରାଗ ମହତ୍ତ୍ବପୂର୍ଣ୍ଣ କାରଣ ହେଲା, ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ଅଟେ। ଏହାର ଅବଧି ଅଧିକ ଲମ୍ବା ହୋଇଥାଏ । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଯେତେବେଳେ ଅବସ୍ଥାନ କରନ୍ତି, ସେହି ସମୟରେ ସୂର୍ଯ୍ୟକିରଣ ପୃଥିବୀ ଉପରେ ପଡିନଥାଏ ଯାହାକୁ ସୂର୍ଯ୍ୟପରାଗ କୁହନ୍ତି । କିନ୍ତୁ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ପ୍ରକାଶଥାଉକି ଏହା ପୂର୍ବରୁ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଗତ ମାର୍ଚ୍ଚ ୨୫ ତାରିଖରେ ହୋଇଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହୋଇନଥିଲା । ସୂର୍ଯ୍ୟପରାଗ ଭାରତୀୟ ସମୟ ସୋମବାର ରାତି ୯ଟା ୧୨ରେ ଆରମ୍ଭ ହୋଇ ମଙ୍ଗଳବାର ଭୋର ୨.୨୨ ମିନିଟରେ ଶେଷ ହେବ ।

ରାତିରେ ଏହି ସୂର୍ଯ୍ୟପରାଗ ହେଉଥିବା କାରଣରୁ ଏହା ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । ଆମେରିକା, ମେକ୍ସିକୋ, କାନାଡା ଏବଂ ଉତ୍ତର ଆମେରିକାର ଅନେକ ଦେଶରେ ସୂର୍ଯ୍ୟପରାଗ ଦେଖାଯିବ । ଏହା ସହିତ କୋଷ୍ଟା ଡୋମିନିକା ଏବଂ ଫ୍ରେଞ୍ଚ ପୋଲିନେସିଆରେ ମଧ୍ୟ ସୂର୍ଯ୍ୟପରାଗ ହେବ । ଅନ୍ୟପଟେ ଅରୁବା, ବର୍ବୁଣ୍ଡା, କାରିବିଆନ୍ ନେଦରଲ୍ୟାଣ୍ଡ, କଲମ୍ବିଆ, କୋଷ୍ଟାରିକା, କ୍ୟୁବା, ଡୋମିନିକା, ଗ୍ରୀନଲ୍ୟାଣ୍ଡ, ଆୟର୍ଲାଣ୍ଡ, ଆଇସଲ୍ୟାଣ୍ଡ, ଜାମାଇକା, ନରୱେ, ପାନାମା, ନିକାରାଗୁଆ, ଋଷ, ପୋର୍ତ୍ତୋରିକୋ, ସେଣ୍ଟ ମାର୍ଟିନ, ସ୍ପେନ, ବାହାମାସ, ବ୍ରିଟେନ ଏବଂ ଭେନେଜୁଏଲା ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । ନାସା ଅନୁଯାୟୀ, ୫୪ ବର୍ଷ ପରେ ଦୀର୍ଘତମ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ।

ଏହାର ଅବଧି ଚାରି ଘଣ୍ଟା ୨୫ ମିନିଟ୍ ପର୍ଯ୍ୟନ୍ତ ହୋଇପାରେ । ଏହାପୂର୍ବରୁ ୧୯୭୦ରେ ଏତେ ଲମ୍ବା ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା । ତେବେ ୨୦୨୪ ପରେ ଏହା ୨୦୭୮ରେ ଦେଖାଯିବ । ଉତ୍ତର ଆମେରିକାରେ ସୂର୍ଯ୍ୟଙ୍କ ସମ୍ମୁଖରେ ଚନ୍ଦ୍ରଙ୍କ ଆଗମନ ଦ୍ୱାରା ଏକ ଛାୟା ସୃଷ୍ଟି ହେବ । ଏହାର ଚଉଡ଼ା ୧୮୫ କିଲୋମିଟର ହେବ । ଏହି ଛାୟା ମେକ୍ସିକୋ, ଆମେରିକା ଏବଂ କାନାଡାରେ ପଡ଼ିବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button