IBN ଓଡ଼ିଶା ବ୍ୟୁରୋ

ଖରାପ କାର୍ଯ୍ୟରୁ ଉପାର୍ଜନ କରିଥିବା ଟଙ୍କା କେତେଦିନ ପର୍ଯ୍ୟନ୍ତ ପାଖରେ ରହିଥାଏ ? ଜାଣନ୍ତୁ

ଚାଣକ୍ୟ ନୀତି ଅନୁସାରେ ସଚ୍ଚୋଟ, ବୁଦ୍ଧିମତା, କଠିନ ପରିଶ୍ରମ ଦ୍ବାରା ଟଙ୍କା ଉପାର୍ଜନ କରିବା ଉଚିତ। କାରଣ ଭୁଲ କାର୍ଯ୍ୟ କରି ଉପାର୍ଜନ କରିଥିବା ଟଙ୍କା ବେଶୀ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ନଥାଏ।

ପୌରାଣିକ ଯୁଗରେ ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ୱାନ ଓ ପଣ୍ଡିତ ଥିଲେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ଅନେକ ଉପଦେଶ ବର୍ଣ୍ଣନା କରିଛନ୍ତି, ଯାହାକୁ ମଣିଷ ନିଜ ଜୀବନରେ ପ୍ରୟୋଗ କରି ନିଜ ଜୀବନକୁ ସରଳ ଓ ସୁନ୍ଦର କରି ପାରିବ। ସେହିପରି ଆଚାର୍ଯ୍ୟ ଚାଣକ୍ୟ ଧନ ସଞ୍ଚୟ କରିବା ପାଇଁ ଅନେକ ଶୈଳୀ ବିଷୟରେ ବର୍ଣ୍ଣନା କରିଛନ୍ତି। ତାଙ୍କ ଅନୁସାରେ ବ୍ୟକ୍ତି ଅଧିକ ଧନବାନ ହୋଇଗଲେ ମଧ୍ୟ ଜୀବନରେ କିଛି ଏଭଳି ସ୍ଥିତି ଉତ୍ପନ୍ନ ହୋଇଥାଏ, ଯାହା ବ୍ୟକ୍ତିକୁ ଭିକାରୀ ବନେଇ ଦେଇଥାଏ।

ଏଭଳି ଉପାର୍ଜନ କରିଥିବା ଧନ ନିଜ ପାଖରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ନଥାଏ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ଗୋଟେ ଶ୍ଳୋକ ରହିଛି ତାହା ହେଉଛି – ” ଅନ୍ୟାୟୋପାର୍ଜିତଂ ଦ୍ରବ୍ୟଂ ଦଶ ବର୍ଷାଣୀ ତିଷ୍ଠତି, ପ୍ରାପ୍ତେ ଏକାଦଶେ ବର୍ସେଂ ସମୁଲଂ ଚ ବିନସ୍ୟତି” ।। ଏହାର ଅର୍ଥ ହେଉଛି ଦେବୀ ଲକ୍ଷ୍ମୀ ବହୁତ ଚଞ୍ଚଳ ହୋଇଥାନ୍ତି, ଭୁଲ କାର୍ଯ୍ୟ କରି ଧନ ଉପାର୍ଜନ କଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଛାଡ଼ି ଚାଲି ଯାଇଥାନ୍ତି। ତେଣୁ କେବେବି ଏଭଳି ଭୁଲ କାର୍ଯ୍ୟ କରି ଟଙ୍କା ଉପାର୍ଜନ କରିବା ଉଚିତ ନୁହେଁ।

ଏତିକି ଦିନ ମଧ୍ୟରେ ହୋଇଯାଇଥାଏ ନଷ୍ଟ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଶ୍ଳୋକ ଅନୁସାରେ ଭୁଲ କାର୍ଯ୍ୟ କରି ଉପାର୍ଜନ କରାଯାଇଥିବା ଟଙ୍କା ଅତିକମରେ ୧୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥାଏ। ଏହାପରେ ୧୧ ବର୍ଷ ଠାରୁ ଏହି ଟଙ୍କା ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। ଏଥିପାଇଁ କୌଣସି ଅନୈତିକ କାର୍ଯ୍ୟ କରି କେବେବି ଧନ ଉପାର୍ଜନ କରିବା ଉଚିତ ନୁହେଁ। କୁହାଯାଏ କି ଖରାପ କର୍ମର ଫଳ ସର୍ବଦା ଖରାପ ହିଁ ହୋଇଥାଏ। ତେଣୁ ସଚ୍ଚୋଟ, ବିଶ୍ବାସୀ ଓ କଠିନ ପରିଶ୍ରମ କରି ଟଙ୍କା ଉପାର୍ଜନ କରିବା ଉଚିତ। ଏହାସହିତ ସେଥିରୁ ଗୋଟେ ଭାଗ ଦାନ କରିବା ଉଚିତ। ଏଭଳି କରିବା ଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button