IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯେଉଁ ଲୋକଙ୍କର ପତ୍ନୀ ମଧ୍ୟରେ ଏହି ୩ ଗୋଟି ଗୁଣ ରହିଥାଏ, ଦୁନିଆରେ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି

ବିବାହର ସ୍ବପ୍ନ ପ୍ରତ୍ୟେକ ଯୁବକ ଦେଖିଥାନ୍ତି। କିନ୍ତୁ ସେମାନଙ୍କ ମନରେ ଅଳ୍ପ ଭୟ ରହିଥାଏ କି ଖରାପ ଗୁଣ ଥିବା ମହିଳାଙ୍କୁ ବିବାହ କରି ତାଙ୍କ ଜୀବନ ବର୍ବାଦ ହୋଇ ଯିବନି ତ? ସେଥିପାଇଁ କୁହାଯାଏ କି, ବିବାହର ଲଡୁ ଯିଏ ଖାଇଥାଏ, ସେ ହିଁ ପଶ୍ଚାତାପ କରିଥାଏ, ଆଉ ଯିଏ ଏହି ଲଡୁ ଖାଇ ନଥାଏ ସେ ବୁଝି ପାରେ ନାହିଁ। ଏହି ବିଷୟ ଉପରେ ଆଚାର୍ଯ୍ୟ ଚାଣକ୍ୟ ନିଜର ମତ ରଖି ଥିଲେ।

ପୌରାଣିକ ଯୁଗରେ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଓ ବିଦ୍ୱାନ ଥିଲେ। ତାଙ୍କର ରଚିତ ନୀତି ଗ୍ରନ୍ଥରେ ଅନେକ ଉପଦେଶ ଗୁଡ଼ିକ ରହିଛି, ଯାହାକୁ ପ୍ରୟୋଗ କରି ମଣିଷ ନିଜ ଜୀବନକୁ ସାରଳା ଓ ସୁନ୍ଦର କରି ପାରିବ। ଏଥିରେ ସ୍ତ୍ରୀଲୋକଙ୍କର ୩ଟି ଗୁଣ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପତ୍ନୀଙ୍କର ଏହି ୩ ଗୋଟି ଉତ୍ତମ ଗୁଣ ରହିଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏଭଳି ଗୁଣ ଥିବା ସ୍ତ୍ରୀ ଯେଉଁ ଘରେ ରହିଥାନ୍ତି, ସେହି ଘର ସ୍ବର୍ଗ ହୋଇ ଯାଇଥାଏ। ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ।

ଧର୍ମ ଓ ବେଦର ଜ୍ଞାନ ରଖୁଥିବା ସ୍ତ୍ରୀ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟେକ ବିବାହିତ ନାରୀ ମାନଙ୍କୁ ବେଦ ଓ ଧର୍ମର ଜ୍ଞାନ ରଖିବା ଉଚିତ। ଏହାସହିତ ସର୍ବଦା ଭଗବାନଙ୍କୁ ଆରାଧନା କରିବା ଉଚିତ। ଏଭଳି ଗୁଣ ରହିଲେ, ଜଣେ ସ୍ତ୍ରୀ ଠିକ୍ ଓ ଭୁଲ ମଧ୍ୟରେ ଫରକ କରି ପାରିବ।ଏହାଦ୍ଵାରା ଘରର ମାନସମ୍ମାନ ବୃଦ୍ଧି ହୋଇଥାଏ ଏବଂ ଘରର ପିଲାମାନେ ଉଚିତ ସଂସ୍କାର ପାଇଥାନ୍ତି।

ମଧୁର ବଚନ କହୁଥିବା ସ୍ତ୍ରୀ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟେକ ବିବାହିତା ସ୍ତ୍ରୀ ଲୋକଙ୍କର ମଧୁର ବାଣୀ ରହିବା ଉଚିତ। ମଧୁର ବଚନ କହୁଥିବା ବା ସୁନ୍ଦର ବ୍ୟବହାର ଥିବା ସ୍ତ୍ରୀଙ୍କୁ କୌଣସି ବ୍ୟକ୍ତି ବିବାହ କରି ଭାଗ୍ୟବାନ ହୋଇ ଯାଇଥାନ୍ତି। ଏଭଳି ମହିଳା ସମ୍ପୂର୍ଣ୍ଣ ପରିବାରକୁ ନେଇ ମିଳିମିଶି ରହିଥାନ୍ତି। ଏମାନେ ଘରେ ରହିବା ଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୁଏ ଓ କେବେବି କଳି ଝଗଡ଼ା ସୃଷ୍ଟି ହୁଏ ନାହିଁ।

ଟଙ୍କା ସଞ୍ଚୟ କରୁଥିବା ସ୍ତ୍ରୀ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟେକ ସ୍ତ୍ରୀ ଲୋକଙ୍କୁ ଟଙ୍କା ସଞ୍ଚୟ କରି ରଖିବା ଉଚିତ। ଯେଉଁ ସ୍ତ୍ରୀଲୋକଙ୍କର ଟଙ୍କା ସଞ୍ଚୟ କରିବାର ଅଭ୍ୟାସ ରହିଥାଏ, ସେମାନେ ପରିବାର ପାଇଁ ଭାଗ୍ୟଶାଳୀ ହୋଇ ଥାଆନ୍ତି। ଯେଉଁ ସ୍ତ୍ରୀ ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ପ୍ରତି ନିର୍ଭରଶୀଳ ହୋଇ ନଥାଏ, ତାର ସନ୍ତାନ ଏହି ଉତ୍ତମ ଗୁଣ ଶିକ୍ଷା କରି ଥାଆନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button