ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ

ଭୁବନେଶ୍ୱର,୨୩।୮: ସମ୍ବଲପୁର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ସମ୍ବଲପୁର ଲୋକସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାରେ ଏହି ନୋଟିସ ଜାରି ହୋଇଛି। ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ଏହି ନୋଟିସ ହୋଇଛି। ତ୍ରୁଟିପୂର୍ଣ୍ଣ ନାମାଙ୍କନ ଦାଖଲ ଓ ଅଫିସ ଅଫ ପ୍ରଫିଟ ଅଭିଯୋଗ ଆଣିଛନ୍ତି ସୁବାସ।

ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଲୋକସଭା ଆସନ ସମ୍ବଲପୁର, ଚଳିତ ବର୍ଷ ନର୍ବାଚନରେ ରାଜନୈତିକ ରଣାଙ୍ଗନରେ ସମ୍ବଲପୁର ଲୋକସଭା ଆସନ ହଟସ୍ପଟ ପାଲଟିଥିଲା। ତିନି ପ୍ରମୁଖ ଦଳ ପ୍ରାର୍ଥୀମାନଙ୍କୁ ନେଇ ସରଗରମ ହୋଇଥିଲା ସମ୍ବଲପୁର ରାଜନୀତି । ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ନିଜର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନକୁ ଓହ୍ଲାଇଥିଲା । ସେହିଭଳି କଂଗ୍ରେସ ସହ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button