ରାଜ୍ୟ

ମିଳିତକେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ଫେବୃଆରୀ ୧୬ କେନ୍ଦ୍ରସରକାର ଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦ ରେ ଦେଶବ୍ୟାପି ହରତାଳ – Ibnodisha

[ad_1]

ଯାଜପୁର : କେନ୍ଦ୍ରସରକାର ଙ୍କ ଶ୍ରମିକ ଓ କୃଷକ ତଥା ଜାତୀୟତା ବିରୋଧୀ ଧଂସକାରି ନୀତି ବିରୋଧ ରେ ଆସନ୍ତା ଫେବୃଆରୀ ୧୬ ତାରିଖ ଦେଶବ୍ୟାପି ହରତାଳ, ଧର୍ମଘଟ, ଗ୍ରାମୀଣ ଭାରତବନ୍ଦ ଆହ୍ୱାନ କୁ ଯାଜପୁର ଜିଲ୍ଲା ରେ ସଫଳ କରିବା ନିମଂତେ ଆଜି ସପଗାଡ଼ିଆ ସ୍ଥିତ ଆଇ, ଏନ. ଟି. ୟୁ. ସି. ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଛି. ଦେଶବ୍ୟାପି ଏହି ହରତାଳ କୁ ଓଡିଶା ରେ ସମସ୍ତ କୃଷକ ଶ୍ରମିକ ଓ କର୍ମଚାରୀ ଅଂଶଗ୍ରହଣ କରିବାକୁ ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ ସଂଯୁକ୍ତକିସାନ ମୋର୍ଚ୍ଚା ଡାକରା ରେ ହରତାଳ ସହିତ ଗ୍ରାମୀଣ ଭାରତବନ୍ଦ କୁ ବିଭିନ୍ନ ଅଞ୍ଚଳ ରେ ସମସ୍ତ ବିରୋଧୀ ଦଳ ମାନଙ୍କୁ ନେଇ ସଫଳ କରିବାକୁ ରାଜ୍ୟ ତମାମ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ବିଶେଷକାରି ପ୍ରମୁଖ ଦାବି ମଧ୍ୟରେ ଶ୍ରମିକ ସ୍ୱାର୍ଥ ବିରୋଧୀ ୪ ଗୋଟି ଶ୍ରମକୋଡ଼ ବାତିଲ କରିବା ଲଷ୍ମୀପୂର କୃଷକ ଗଣହତ୍ୟା ଷଢ଼ଯନ୍ତ୍ର କାରି ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଙ୍କୁ ବହିଷ୍କାର କରିବା, ଶ୍ରମିକ ମାନଙ୍କୁ ମାସିକ ୨୬ ହଜାର ଦରମା ଦେବା, ମନେରେଗା ଶ୍ରମିକ ମାନଙ୍କୁ ଦୈନିକ ୬OO ଟଙ୍କା ମଜୁରୀ ସହିତ ବାର୍ଷିକ ୨OO ଦିନ କାର୍ଯ୍ୟ ଓ ପୁରୁଣା ପେନସନ ରାଗୁକରିବା, ସହିତ ରେଳ, ବିମାନ, ବନ୍ଦର, ପରିବହନ, ଡାକ, ଟେଲିକମ, ବିଦ୍ୟୁତ, କୋଇଲା ତୈଳ କ୍ଷେତ୍ର ଇତ୍ୟାଦି ରାଷ୍ଟ୍ରାୟତଶିଳ୍ପ ଗୁଡିକୁ ଘରେଇ କରଣ ନ କରିବା ଦାବି ନେଇ ଯାଜପୁର ଜିଲ୍ଲା ରେ କଳିଙ୍ଗନଗର, ଯାଜପୁର ରୋଡ, ପାଣିକୋଇଲି, ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଯାଜପୁରଟାଉନ, ଓ ମଙ୍ଗଳପୁର ଠାରେ ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ବିଭିନ୍ନ ରାଜନୋତିକ ଦଳ ସହଯୋଗ ରେ ଏହି ହରତାଳ ବ୍ୟାପକ କରିବାକୁ ମିଳିତ ନିଷ୍ପତି ନିଆଯାଇଛି. ଏହି ବୈଠକ ରେ ସି, ଆଇ, ଟି. ୟୁ. ଜିଲ୍ଲା ସଭାପତି ପ୍ରଫୁଲ୍ଲନାୟକ. ଆଇ. ଏନ, ଟି. ୟୁ. ସି ଜିଲ୍ଲା ସଭାପତି ରଘୁନାଥ ମାଝୀ ଏ, ଆଇ, ଟି. ୟୁ. ସି. ଜିଲ୍ଲା ସଭାପତି କରୁଣାକର ମହାରଣା ସମ୍ପାଦକ ମଧୁ ସୁଦନ ଜେନା ଓ ଆଇ, ଏନ. ଟି. ୟୁ ସି ନେତା ନାରାୟଣ ଚନ୍ଦ୍ର ନାୟକ ନିରଞ୍ଜନ ପରିଡା ଓ ନିର୍ମଳ ରଥ ସୁରେଶ ସାହୁ ଗଗନଜେନା ଓ ବିଦ୍ୟାଧର ଯେନା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button