ରାଜ୍ୟ
ମଣିଷ ଖିଆ କଲରାପତରିଆର ମୃତ୍ୟୁ, ବହୁଦିନ ଧରି ଯନ୍ତ୍ରଣା ଭୋଗୁଥିଲା
ଉମରକୋଟ : ଯନ୍ତ୍ରଣା ଓ ଭୋକ ଉପାସରେ ମରିଗଲା କଲରାପତରିଆ ବାଘ । କ୍ଷତ ଯୋଗୁଁ ବହୁଦିନ ଧରି ଯନ୍ତ୍ରଣା ଭୋଗୁଥିଲା କଲରାପତରିଆ । ତେବେ କିଛି ଦିନ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଆନେକ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ବାଘ । ଲୋକ ତାକୁ ଜାଲ ବିଛାଇ ଧରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ରାୟପୁର ଜଙ୍ଗଲ ସଫାରିକୁ ସ୍ଥାନାନ୍ତର ପୂର୍ବରୁ କଲରାପତରିଆର ମୃତ୍ୟୁ ଘଟିଛି ।
ଗାରିଆବନ୍ଧ ଜିଲ୍ଳା ବାରୁକା ଗାଁରେ ଗୋଟିଏ ଦିନରେ ଦୁଇ ଜଣଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା ବାଘ । ଛୋଟ ଶିଶୁଙ୍କୁ ଆକ୍ରମଣ କରୁଥିଲା । ବନ ଅଧିକାରୀ କହିଛନ୍ତି, ଏହାର ଡାହାଣ ଆଗ ଗୋଡ଼ ଏବଂ କିଛି ଦାନ୍ତ ଭାଙ୍ଗିବା କାରଣରୁ ବାଘ ଯନ୍ତ୍ରଣା ପାଉଥିଲା । ଦୁର୍ବଳ ହୋଇପଡ଼ିବାରୁ ଶିକାର କରି ପାରୁ ନଥିଲା । ଫଳରେ ଗାଁ ଆଡକୁ ଆସି ଲୋକଙ୍କୁ ଆକ୍ରମଣ କରୁଥିଲା । ଭୋକ ଓ ଯନ୍ତ୍ରଣା ହେତୁ କୋଲରାପତରିଆର ମୃ୍ତ୍ୟୁ ଘଟିଛି ।