ରାଜ୍ୟ

ସାବିତ୍ରୀ ବ୍ରତ ଦିନ ଭୁଲରେ ବି ବ୍ୟବହାର କରିବେ ନାହିଁ ଏହି ସବୁ ଜିନିଷ, ସ୍ଵାମୀଙ୍କର କମିଯାଏ ଆୟୁଷ

କହିବାକୁ ଗଲେ ଓଡିଶା ରାଜ୍ୟରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳନ କରାଯାଏ । ଏମିତିରେ ଓଡିଶାରେ ସାବିତ୍ରୀ ପର୍ବ ବି ପାଳନ କରାଯାଏ । ଯାହା ଓଡିଆମାନଙ୍କ ପାଇଁ ସବୁଠୁ ମୁଖ୍ୟ ପର୍ବ ମଧ୍ୟରେ ଗୋଟିଏ ଅଟେ । କହିବାକୁ ଗଲେ ଏହି ପର୍ବକୁ ମହିଳାମାନେ ବିଶେଷ କରି ପାଳନ କରିଥାନ୍ତି ଓ ଭଗବାନଙ୍କ ନିକଟରେ ନିଜ ସ୍ଵାମୀଙ୍କ ଦୀର୍ଘଜୀବୀ କାମନା କରନ୍ତି । କହିବାକୁ ଗଲେ ଏହି ବର୍ଷ ସାବିତ୍ରୀ ଜୁନ 10 ତାରିଖରେ ପଡୁଛି ।

ଯାହାକି ପୁରା ଓଡିଶାର ଘରେ ଘରେ ପରିଚିତ ଅଟେ । ଏହି ବ୍ରତକୁ କେବଳ ବିବାହିତ ମହିଳାମାନେ ହିଁ ପାଳନ କରିଥାନ୍ତି । ଏହି ବ୍ରତକୁ ପ୍ରତ୍ୟକ ହିନ୍ଦୁ ମହିଳାମାନେ ପାଳନ କରିଥାନ୍ତି । କାରଣ ତାଙ୍କର ସ୍ଵାମୀ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ବ୍ରତଟି ସାବିତ୍ରୀ ଓ ସତ୍ୟବାନଙ୍କ କାହାଣୀକୁ ନେଇ ଆଧାରିତ । ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି କି ସାବିତ୍ରୀ କିପରି ଯମରାଜଙ୍କ ଠାରୁ ତାଙ୍କ ସ୍ଵାମୀ ସତ୍ୟଭାମାଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ ।

ମାତା ସାବିତ୍ରୀ ଭଗବାନ ଲକ୍ଷ୍ମୀଙ୍କ ନାରାୟଣଙ୍କ ପାଖରେ କହିଥିଲେ ଏହି ବ୍ରତକୁ ଯଦି କୌଣସି ବିବାହିତ ନାରୀ ତାଙ୍କ ସ୍ଵାମୀଙ୍କ ନାମରେ କରନ୍ତି ତେବେ ତାଙ୍କ ସ୍ଵାମୀଙ୍କ ଆୟୁ ବଢିବ ଏବଂ ତାଙ୍କ ସ୍ଵାମୀ ଦୀର୍ଘାୟୁ ହେବେ, ସାବିତ୍ରୀ ବ୍ରତକୁ ଜ୍ୟଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ ।

ଏହି ପୂଜାରେ ବ୍ୟବହାର କରାଯାଉଥିବା ପୂଜା ସାମଗ୍ରୀ ହେଉଛି ନାଲି ସିନ୍ଦୁର, ବ୍ରତ, ଗୁଆ, ଧୂପ, ଦୀପ, ଝୁଣା, ନାଲି ଶଙ୍ଖା, ନାଲି ଚୁଡି, ଅଳତା, ଆଇନା, ପାନିଆ, ନୂଆ ଲୁଗା ଇତ୍ୟାଦି । ଏହା ସହିତ ସମସ୍ତ ପ୍ରକାରର ଫଳ ଓ ଅରୁଆ ଚାଉଳ ଇତ୍ୟାଦି ଜିନିଷ ଏହି ପୂଜାରେ ଲାଗିଥାଏ । ଏବଂ ସମସ୍ତ ମହିଳାମାନେ ଏକତ୍ରିତ ହୋଇ ବରଗଛ ମୂଳରେ ଏହି ପୂଜା ଭଗବାନ ସତ୍ୟନାରାୟାନଙ୍କ ନାମରେ କରନ୍ତି । ଆପଣଙ୍କୁ କହି ଦେଉଛୁ କି ଏହି ବ୍ରତରେ ଭୁଲରେ ବି କଳା ରଙ୍ଗର ଚୁଡି କିମ୍ବା କଳା ରଙ୍ଗର ଶାଢୀ ବ୍ୟବହାର କରିବେ ନାହିଁ, କାରଣ ଏହାକୁ ସାଧବାମାନଙ୍କ ପାଇଁ ଏକ ଅଶୁଭ ରଙ୍ଗ ବୋଲି କୁହାଯାଏ । ଏମିତି କରିବା ଦ୍ଵାରା ସ୍ଵାମୀଙ୍କ ଜୀବନକୁ ବିପଦ ମାଡି ଆସିଥାଏ ।

ଏହା ସହିତ ଏହି ଦିନ ବରଗଛକୁ ନାଲି ସୂତାରେ ୩ ଥର ବନ୍ଧା ଯାଏ ଓ ଏବଂ ଧୂପ ଓ ଦୀପ ଦେଇ ବରଗଛକୁ ପୂଜା ମଧ୍ୟ କରାଯାଏ । ଏହା ପରେ ସବୁ ପୂଜା ସାମଗ୍ରୀ ଭଗବାନଙ୍କ ନିକଟରେ ଅର୍ପଣ କରଯାଏ । ଏହା ପରେ ନୂଆ ଶାଢୀକୁ ମହିଳାମାନେ ପିନ୍ଧନ୍ତି ଓ ନାଲି ଚୁଡି, ସିନ୍ଦୁର ଓ ଅଳତା ଲଗାନ୍ତି ଏବଂ ନିଜ ସ୍ଵାମୀଙ୍କ ଚରଣ ସ୍ପର୍ଶ କରି ତାଙ୍କର ପାଦୁକା ପାଣି ପିଆନ୍ତି । ଏହା ପରେ ପରିବାରର ଗୁରୁଜନମାନଙ୍କ ଆଶୀର୍ବାଦ ନିଅନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button