ଅପରାଧ

ପରକୀୟା ପ୍ରୀତିର କରୁଣ ପରିଣତି : ସ୍ୱାମୀକୁ ପିଟିଲା ସ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ : ପରକୀୟା ପ୍ରୀତିର କରୁଣ ପରିଣତି । ସ୍ୱାମୀକୁ ପିଟିଲା ସ୍ତ୍ରୀ । ଛୁଟି ମିଳୁନି କହି ବର୍ଷେ ହେଲା ଘରକୁ ଯାଉନଥିଲେ ଯୁବକ। ପ୍ରକୃତ କାରଣ ଜାଣିବା ପରେ ପିଟିଲା ସ୍ତ୍ରୀ। ଗ୍ରେଟର ନୋଏଡାରେ ଘଟିଛି ଏଭଳି ଘଟଣା। ଛୁଟି ମିଳୁନାହିଁ ବୋଲି କହି ଘରକୁ ଯାଉନଥିଲେ ଯୁବକ। ସନ୍ଦେହ ହେବାରୁ ସ୍ବାମୀର ଠିକଣାରେ ପହଞ୍ଚିବା ପରେ ଉଡ଼ିଲା ପତ୍ନୀଙ୍କ ହୋସ୍। ଘରକୁ ନଯିବା ପଛର କାରଣ ଛୁଟି ନମିଳିବା ନୁହେଁ ବରଂ ପରକୀୟା ପ୍ରୀତି ବୋଲି ଜାଣି ପିଟିଲା ସ୍ତ୍ରୀ । ବୁଲନ୍ଦଶହର ଜିଲ୍ଲାର ଖୁରଜା ସହରରେ ରହୁଥିବା ଜଣେ ବ୍ୟକ୍ତି ଦନକୌର ଅଞ୍ଚଳର ଏକ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ୨୦୨୦ମସିହାରେ, ସେ ଖୁରଜାରେ ରହୁଥିବା ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହ ପରେ ଦମ୍ପତି ଏକ ସନ୍ତାନର ମାତାପିତା ହୋଇଥିଲେ। ବାପା ହେବାର କିଛି ଦିନ ପରେ ପ୍ରଫେସରଜଣକ ଘରକୁ ଯିବା ବନ୍ଦ କରିଦେଇଥିଲେ । ‘ଛୁଟି ମିଳୁନାହିଁ। ଏବେ ଯିବା ଅସମ୍ଭବ’ ବୋଲି ପ୍ରଫେସର ନିଜ ପତ୍ନୀଙ୍କୁ କହିଆସୁଥିଲେ। ବର୍ଷେ ପର୍ଯ୍ୟନ୍ତ ଏଭଳି ବାହାନା କରିବାରୁ ପତ୍ନୀଙ୍କର ସନ୍ଦେହ ବଢ଼ିଥିଲା। ଏହା ପରେ ସେ ପରିବାର ଲୋକଙ୍କୁ ଧରି ସ୍ବାମୀ ରହୁଥିବା ଠିକଣାରେ ପହଞ୍ଚିଥିଲେ। ସେଠାରେ ନିଜ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖି ରାଗିଯାଇଥିଲେ ପତ୍ନୀ। ଏଭଳି କାମ ପାଇଁ ସ୍ବାମୀଙ୍କୁ ରାଗରେ ମାଡ଼ ମାରିବା ପରେ ପୁଲିସକୁ ଏତଲା ଦେଇଥିଲେ ପୀଡ଼ିତା । ଏତଲା ପାଇବା ପରେ ଏବେ ପୁଲିସ ତଦନ୍ତ କରିବା ଆରମ୍ଭ କରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button