ରାଜ୍ୟ

ପରୀ ହତ୍ୟାକାଣ୍ଡ ମାମଲା : ହାଇକୋର୍ଟର ଦ୍ବାରସ୍ଥ ହେଲେ ଦୋଷୀ – Ibnodisha

[ad_1]

ନୟାଗଡ଼ : ହାଇକୋର୍ଟରେ ଦ୍ବାରସ୍ଥ ହେଲେ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ଦୋଷୀ । କହିଲେ ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାର ନକରି ତାଙ୍କୁ ଏହି ଦଣ୍ଡାଦେଶ ଦିଆଯାଇଛି । ଅତିରିକ୍ତ ଦୌରାଜଜ ତଥା ଚିଲଡ୍ରେନ କୋର୍ଟଙ୍କ ନ୍ୟାୟକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଛନ୍ତି ଦୋଷୀ । ସୂଚନା ଥାଉ କି ନୟାଗଡ଼ର ନାବାଳିକା ପରୀ ମାମଲାରେ ଫେବୃଆରୀ ୬ ତାରିଖରେ ରାୟ ପ୍ରକାଶ ପାଇଥିଲା । ଏଥିରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କାର ଜରିମାନା କରିଥିଲେ । ଏବେ ସେହି ରାୟକୁ ରଦ୍ଦ କରାଯାଉ ବୋଲି ହାଇକୋର୍ଟର ଦ୍ବାରସ୍ଥ ହୋଇ ଅପିଲ କରିଛନ୍ତି ଅଭିଯୁକ୍ତ । ୨୦୧୨୦ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ପରୀ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ । ଅଭିଯୁକ୍ତ କୁନି ଝିଅକୁ ଜାମୁକୋଳି ଦେବା ଆଶା ଦେଖାଇ ତାଙ୍କ ଘରକୁ ଡାକିଥିଲା । ସେଠାରେ କୁନି ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା । ନିଜ ମୁହଁରେ ଏସବୁ କରିଥିବା କହିଥିଲା ଅଭିଯୁକ୍ତ । ହତ୍ୟା ଅଭିଯୋଗରେ ୨୦୨୦ ଡିସେମ୍ବର ୨୧ ତାରିଖରେ ଗିରଫ ହୋଇଥିଲା ଆଭିଯୁକ୍ତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button