ଅପରାଧ

ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା – Ibnodisha

[ad_1]

ବାଲିଗୁଡ଼ା: କନ୍ଧମାଳର ପଣସପୋଡ଼ି ଗ୍ରାମରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବୁଡ଼ୁ ଓରଫ ପ୍ରଶାନ୍ତ ପୂଜାରୀ। ସୂଚନା ଅନୁଯାୟୀ, ବୁଡ଼ୁ ପୂଜାରୀ ଜଣେ ମିସ୍ତ୍ରୀ କାମ କରିଆସୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ସାହିରେ ‌ଲୋକେ ତାଙ୍କୁ ବୁଲୁଥିବାର ଦେଖିବାକୁ ପାଇଥିଲେ। କିନ୍ତୁ ସନ୍ଧ୍ୟା ସାଢ଼େ ୭ଟା ପରେ ଆଉ ତାଙ୍କର ଦେଖା ମିଳି ନଥିଲା। ଏହାପରେ ଆଜି ସକାଳୁ ଏକ ଅର୍ଦ୍ଧନିର୍ମିତ ଘରୁ ତାର ଶବ ମିଳିଛି। ଧାରୁଆ ଟାଙ୍ଗିଆରେ ତାଙ୍କୁ କେହି ହତ୍ୟା କରିଥିବା ଜଣାପଡ଼ିଛି। ତାର ଗୋଟିଏ ବେକ ମୁହଁରେ ଶକ୍ତ ଆଘାତ ରହିଛି। ପୁଲିସ ଥାନା ଅଧକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

The post ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button