ଅପରାଧ

ସାଇବର ଅପରାଧରେ ସାମିଲ ଥିବା 3 ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ – Ibnodisha

[ad_1]

ନୂଆଦିଲ୍ଲୀ: ସାଇବର ଅପରାଧ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସୁଛି । ହରିୟାଣାର ଗୁରୁଗ୍ରାମରୁ ସାଇବର ଅପରାଧର ଏକ ଘଟଣା ସାମ୍ନାକୁ ଆସିଛି। ସାଇବର ଅପରାଧୀଙ୍କ ସହିତ ଜଡ଼ିତ ଥିବା ତିନିଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ତିନିଜଣଙ୍କ ମଧ୍ୟରୁ ମୋହିତ ରାଠି ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ନିୟୋଜିତ ଥିବା ବେଳେ ଅନ୍ୟ ଦୁଇଜଣ ବିଶ୍ବକର୍ମା ମୋର୍ଯ୍ୟ ଓ ମହେଶ କୁମାର ଡେପୁଟି ମ୍ୟାନେଜର ରହିଛନ୍ତି। ଏହି ତିନିଜଣଙ୍କ ବ୍ୟତୀତ ଆଉ ଜଣଙ୍କୁ ବି ପୁଲିସ ଗିରଫ କରିଛି। ଯାହାଙ୍କ ନାମ ହୟାତ ସେ ହରିୟାଣାରେ ବସବାସ କରନ୍ତି। ତେବେ ଜଣାପଡ଼ିଛି କି ହୟାତଙ୍କ ସାଇବର ଅପରାଧ ଘଟଣାଉଥିବା ମାଷ୍ଟର ମାଇଣ୍ଡ ସହିତ ଭଲ ସମ୍ପର୍କ ରହିଛି।ଗିରଫ ତିନିଜଣ ବ୍ୟାଙ୍କ କର୍ମଚାରୀ ଗତ ୭ମାସ ହେବ କୋଟାକ ମହିନ୍ଦ୍ରା ବ୍ୟାଙ୍କରେ କାମ କରି ଆସୁଥିଲେ। ଏହି ୭ମାସ ମଧ୍ୟରେ ତିନିଜଣ କର୍ମଚାରୀ ୨୦୦୦ ବ୍ୟାଙ୍କ ଆକଉଣ୍ଟ ଖୋଲିଥିବା ଡିସିପି ସିଦ୍ଧାର୍ଥ ଜୈନ ସୂଚନା ଦେଇଛନ୍ତି।ଏହି ଅଭିଯୁକ୍ତମାନେ ପ୍ରଥମେ ସ୍ଥାନୀୟ ଲୋକଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଥାଆନ୍ତି। ତେବେ ଏହି ଆକାଉଣ୍ଟର ବ୍ୟବହାର ସେମାନେ ସାଇବର ଅପରାଧରେ କରିଥାଆନ୍ତି। ତେବେ ଗତବର୍ଷ ଜଣେ ବ୍ୟକ୍ତିଙ୍କୁ ଏକ କଲ ଆସିଥିଲା । ସେ କଲ ଉଠାଇବା ପରେ କୁହାଗଲା ପୁଅ ହସ୍ପିଟାଲରେ ଭର୍ତ୍ତି ଅଛି, ଚିକିତ୍ସା ପାଇଁ ତୁରନ୍ତ ୧୦ହଜାର ଟଙ୍କା ପଠାଯାଉ। ଏହାପରେ ପୀଡ଼ିତ ୧୦ହଜାର ଟଙ୍କା ପଠାଇ ଦେଇଥିଲେ। କିଛି ସମୟ ପରେ ସେ ସାଇବର ଅପରାଧୀଙ୍କ ଶିକାର ହୋଇଥିବା ଜାଣି ପୁଲିସରେ ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ଆରମ୍ଭ ‌ହୋଇଥିଲା।ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିତଦନ୍ତ ଚଳାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button