IBN ଓଡ଼ିଶା ବ୍ୟୁରୋଅପରାଧରାଜ୍ୟ

ରାସ୍ତା ନିର୍ମାଣ ରେ ହରିଲୁଟ ଘଟଣା/ଲୋକୟୁକ୍ତ ଙ୍କ ତଦନ୍ତ ରେ ବାଧକ ସାଜିଲେ ବିଜେଡି କର୍ମୀ

ଯାଜପୁର,ଧର୍ମଶାଳା,IBNଓଡିଶା:-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତ ଅଧିନ ଇମାମନଗର ଗ୍ରାମରେ ଥିବା ଲୋକଙ୍କ ବ୍ୟକ୍ତିଗତ ଜାଗା ଉପରେ ମାଟି ଢାଳିବାର ମିଥ୍ୟା ବିଲ କରି ୨ଲକ୍ଷ ୭୦ ହଜାର ଟଙ୍କା ଚଳୁ କରିଥିବାର ଗ୍ରାମବାସୀ ଅଭିଯୋଗ କରିବା ପରେ ,ଲୋକଯୁକ୍ତ ରେ ସୂଚନା ଅଧିକାର କର୍ମୀ ଶ୍ରୀଯୁକ୍ତ ସର୍ବେଶ୍ୱର ବେହୁରା ରଜୁ କରିଥିଲେ ମାମଲା।ଆଉ ଯାହାକୁ ମାନ୍ୟବର ଲୋକୟୁକ୍ତ ଅନୁସରଣ କରି ୪ସପ୍ତାହ ମଧ୍ୟରେ ଜବାବ ରଖିବାକୁ ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ଓ ଧର୍ମଶାଳା ବ୍ଲକ ବିଡ଼ିଓ ଅରବିନ୍ଦ ବେହେରା ଙ୍କୁ ଇସୁ ନୋଟିସ ଜାରି କରିଥିଲେ।ତେବେ ଏହାର ଉତର ରେ ମାନ୍ୟବର ଲୋକୟୁକ୍ତ ଏଥିରେ ଅସନ୍ତୋଷ ପ୍ରକାଶ କରି ଲୋକୟୁକ୍ତ ଙ୍କ ଡ଼ାଇରେକ୍ଟର ଅଫ ଇନକ୍ବାରୀ ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।ଯାହାକୁ ନେଇ ଆଜି ଲୋକୟୁକ୍ତ ଙ୍କ ଅଧିକାରୀ ଟିମ ଇମାମନଗର ଠାରେ ପହଂଚିବା ସହ ତଦନ୍ତ ସମୟରେ ଉକ୍ତ ସ୍ଥାନରେ କନିଷ୍ଠ ଯନ୍ତ୍ରୀ ,ପିଇଓ ନିର୍ମଳପଣ୍ଡା ,ଜିଆରେସ୍,ସରକାରୀ ଅମିନ,ରସୁଲପୁର ବ୍ଲକ ତରଫରୁ କିଛି ଅଧିକାରୀ ଆଦି ଉପସ୍ଥିତ ରହି ଉକ୍ତ ସ୍ଥାନର ମାପଚୁପ କରିଥିଲେ।ହେଲେ ଉକ୍ତ ସ୍ଥାନରେ ମାପଚୁପ କରିବା ସମୟରେ ସେଠାକାର କିଛି ବିଜେଡି କର୍ମୀ ମାନେ ଅଚାନକ ପହଂଚି ହୋ ହାଲା କରିବା ସହ ଏସବୁ ଠିକ ଅଛି, କାମ ଠିକ ହୋଇଛି ବୋଲି କହିଥିଲେ।
ଯାହାକୁ ନେଇ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଆସିଥିବା ଲୋକୟୁକ୍ତ ଙ୍କ ତଦନ୍ତ କାରୀ ଅଧିକାରୀ ଉକ୍ତ ସ୍ଥାନରୁ ଅଧା ମାପଚୁପ କରି ଫେରି ଆସିଥିଲେ।ସବୁ ଠୁ ବଡ କଥା ହେଉଛି କି, ଉକ୍ତ ଜାଗା ଲୋକ ଙ୍କ ବ୍ୟକ୍ତିଗତ ଜାଗା ହୋଇଥିବା ବେଳେ କିପରି ଏହାକୁ ନେଇ ମନେରେଗା ଯୋଜନା ରେ ସାମିଲ କରାଯାଇ ମିଥ୍ୟା ବିଲ କରାଯାଇଥିଲା ଯାହା କୁ ନେଇ ଅନେକ ରୋଚକ ତଥ୍ୟ ଧୀରେ ଧୀରେ ସାମ୍ନା କୁ ଆସୁଛି।ତେବେ ମିଳିଥିବା ଗୁପ୍ତ ସୂଚନା ମୁତାବକ କୁଆଡେ ଉକ୍ତ ନଥି ପତ୍ର ରେ ମଧ୍ୟ ପଂଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ମଳ ଚନ୍ଦ୍ର ପଣ୍ଡା ନିଜର ଦସ୍ତଖତ କରିନାହାନ୍ତି।ଏମିତି କି ଫାଇଲ ରେ ମଧ୍ୟ ଜେଇ ବି ଦସ୍ତଖତ କରିନଥିବା ବେଳେ କିପରି ଏହା ବିଲ ହୋଇ ହିତାଧିକାରୀ ଙ୍କ ଆକାଉଣ୍ଟ କୁ କିପରି ଟଙ୍କା ଗଲା ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।ପ୍ରାପ୍ତ ସୂଚନା ମୁତାବକ ପଂଚାୟତ ର ଜିଆରେସ୍ ମଧ୍ୟ ଉକ୍ତ ଫାଇଲ ରେ କେବଳ ମାତ୍ର ଦସ୍ତଖତ କରିଥିବା ବେଳେ ଉକ୍ତ ଫାଇଲ ରେ ମଧ୍ୟ କେହି ବି କରିନଥିଲେ।ଯାହାକୁ ନେଇ ଧର୍ମଶାଳା ବ୍ଲକ ଅଫିସ କାର୍ଯ୍ୟାଳୟ ରେ ଦୁଇ ଦିନ ଧରି ପୀଇଓ ନିର୍ମଳ ପଣ୍ଡା ଙ୍କୁ ବିଡ଼ିଓ ଡକାଇ ଦସ୍ତଖତ କରିବାକୁ କହିବାକୁ ଜାଣି ଶୁଣି ଧରା ପଡିଯିବା ଭୟରେ ପିଇଓ ଉକ୍ତ ଫାଇଲ ରେ ଦସ୍ତଖତ କରୁନଥିବାର ବ୍ଲକ କର୍ମଚାରୀ ଙ୍କ ମଧ୍ୟରେ ଆଲୋଚନାରେ ବିଷୟ ପାଲଟିଛି।ତେବେ ଦେଖିବାକୁ ବାକି ରହିଲା ତଦନ୍ତ କରିଥିବା ଲୋକୟୁକ୍ତ ଙ୍କ ତଦନ୍ତ କାରୀ ଅଧିକାରୀ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏପରି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ଉପରେ।

Related Articles

Leave a Reply

Your email address will not be published. Required fields are marked *

Back to top button