ଅପରାଧରାଜ୍ୟ

ଖାଇଥିବା ଟଙ୍କା ଫେରାଇବାକୁ ପିଇଓ ନିର୍ମଳ ପଣ୍ଡା ଙ୍କ ସହ ୪ଜଣଙ୍କୁ ନୋଟିସ୍

ଲୋକୟୁକ୍ତଙ୍କ ତଦନ୍ତ ପରେ ଦୁର୍ନୀତିର ଭୟ ଘାରିଲା ବିଡ଼ିଓ ଙ୍କୁ,ପିଇଓ ନିର୍ମଳ ପଣ୍ଡା ଙ୍କ ସହ ୪ଜଣ ଙ୍କୁ ସୋ କଜ୍ ନୋଟିସ।

ଯାଜପୁର, ଧର୍ମଶାଳା,IBN ଓଡିଶା:-ଗତ ଦୁଇଦିନ ତଳେ ମାନ୍ୟବର ଲୋକୟୁକ୍ତ ଙ୍କ ଦ୍ଵାରା ତଦନ୍ତ ହୋଇଥିବା ଗଙ୍ଗାଧର ପୁର ପଂଚାୟତର ଇମାମନଗର ମନେରେଗା ଦୁର୍ନୀତି ର ପର୍ଦାଫାସ ହୋଇଛି। ମାନ୍ୟବର ଲୋକୟୁକ୍ତ ଙ୍କ ତଦନ୍ତ ପରେ ଧର୍ମଶାଳା ବିଡ଼ିଓ ଭୟରେ କିଲିବିଲ ହୋଇ ଗଙ୍ଗାଧର ପୁର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ମଳ ପଣ୍ଡା, ଜିଆରେସ
ଚିନ୍ମୟୀ କର, ଜେଇ ପ୍ରଶାନ୍ତି ଗଡନାୟକ,ସହକାରୀ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ସ୍ୱାଇଁ ଙ୍କ ସହିତ ପୂର୍ବତନ ସରପଞ୍ଚ ରୀନା ମଲିକ ଙ୍କୁ ସୋ କଜ ନୋଟିସ୍ ଜାରି କରିବା ସହ ଆସନ୍ତା ୩ଦିନ ମଧ୍ୟରେ ଲୁଟ କରିଥିବା ୨,୨୧,୪୬୮ଟଙ୍କା କୁ ସରକାରୀ ତହବିଲ ରେ ଭରଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ସୂଚନା ଥାଉକି ଗଙ୍ଗାଧରପୁର ପଞ୍ଚାୟତ ଅଧିନ ଇମାମନଗର ଗ୍ରାମରେ ଥିବା ଲୋକଙ୍କ ବ୍ୟକ୍ତିଗତ ଜାଗା ଉପରେ ମାଟି ଢାଳିବାର ମିଥ୍ୟା ବିଲ କରି ୨ଲକ୍ଷ ୭୦ ହଜାର ଟଙ୍କା ଚଳୁ କରିଥିବାର ଗ୍ରାମବାସୀ ଅଭିଯୋଗ କରିବା ପରେ ,ଲୋକଯୁକ୍ତ ରେ ସୂଚନା ଅଧିକାର କର୍ମୀ ଶ୍ରୀଯୁକ୍ତ ସର୍ବେଶ୍ୱର ବେହୁରା ରଜୁ କରିଥିଲେ ମାମଲା।ଆଉ ଯାହାକୁ ମାନ୍ୟବର ଲୋକୟୁକ୍ତ ଅନୁସରଣ କରି ୪ସପ୍ତାହ ମଧ୍ୟରେ ଜବାବ ରଖିବାକୁ ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ଓ ଧର୍ମଶାଳା ବ୍ଲକ ବିଡ଼ିଓ ଅରବିନ୍ଦ ବେହେରା ଙ୍କୁ ଇସୁ ନୋଟିସ ଜାରି କରିଥିଲେ।ତେବେ ଏହାର ଉତର ରେ ଧର୍ମଶାଳା ର ପୂର୍ବତନ ବିଡ଼ିଓ ଅରବିନ୍ଦ ବେହରା ମାନ୍ୟବର ଲୋକୟୁକ୍ତ ଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ।ଯାହାକୁ ନେଇ ପୁନଶ୍ଚ ଶ୍ରୀ ବେହୁରା ମାନ୍ୟବର ଲୋକୟୁକ୍ତ ନିକଟରେ ନିଜର ଯୁକ୍ତି ବାଢ଼ିବା ପରେ ଲୋକୟୁକ୍ତ ଙ୍କ ଡ଼ାଇରେକ୍ଟର ଅଫ ଇନ୍ କ୍ବାରୀ ଙ୍କୁ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲା।ତେବେ ଗତ ୧୬ତାରିଖ ଦିନ ଲୋକୟୁକ୍ତ ଙ୍କ ତଦନ୍ତ କାରୀ ଟିମ ଧର୍ମଶାଳା ବ୍ଲକ ଇମମାନଗର ଗ୍ରାମରେ ପହଁଚି ଉକ୍ତ ସ୍ଥାନରେ ପହଁଚି ତଦନ୍ତ କରିଥିଲେ।ତେବେ ତଦନ୍ତ ସମୟରେ ଉକ୍ତ ସ୍ଥାନରେ କନିଷ୍ଠ ଯନ୍ତ୍ରୀ ,ପିଇଓ,ଜିଆରେସ୍,ସରକାରୀ ଅମିନ,ରସୁଲପୁର ବ୍ଲକ ତରଫରୁ କିଛି ଅଧିକାରୀ ଆଦି ଉପସ୍ଥିତ ରହି ଉକ୍ତ ସ୍ଥାନର ମାପଚୁପ କରିଥିଲେ।

ତେବେ ବିଡ଼ିଓ ଦେଇଥିବା ସତ୍ୟପାଠ ରେ ୩୨୦ମିଟର ରାସ୍ତା ହୋଇଛି ବୋଲି ଦର୍ଶାଇ ଥିବା ବେଳେ ମାପଚୁପ ଦିନ ୯୦ମିଟର ରାସ୍ତା ହୋଇଛି ବୋଲି ଲୋକୟୁକ୍ତ ଙ୍କ ତଦନ୍ତ କାରୀ ଟିମ ପ୍ରମାଣ କରିଦେଇଥିଲେ।ହେଲେ ଉକ୍ତ ସ୍ଥାନରେ ମାପଚୁପ କରିବା ସମୟରେ ସେଠାକାର କିଛି ବିଜେଡି କର୍ମୀ ମାନେ ଅଚାନକ ପହଂଚି ହୋ ହାଲା କରିବା ସହ ଏସବୁ ଠିକ ଅଛି, କାମ ଠିକ ହୋଇଛି ବୋଲି କହିଥିଲେ।
ଯାହାକୁ ନେଇ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଆସିଥିବା ଲୋକୟୁକ୍ତ ଙ୍କ ତଦନ୍ତ କାରୀ ଅଧିକାରୀ ଉକ୍ତ ସ୍ଥାନରୁ ଅଧା ମାପଚୁପ କରି ଫେରି ଆସିଥିଲେ।ପରେ ପରେ ସେଠାରୁ ଫେରିଆସି ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରରେ ତଦନ୍ତ କରି ବିଡ଼ିଓ ଙ୍କୁ ଉକ୍ତ ଦୁର୍ନୀତି ଗ୍ରସ୍ତ ଅଫିସର ଙ୍କ ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ।ଲୋକୟୁକ୍ତ ଙ୍କ କେସ୍ ନମ୍ବର ୧୩୪/୨୦୨୨ କୁ ଆଧାର କରି ଗତକାଲି ପଂଚାୟତ ସମିତି ଧର୍ମଶାଳା କାର୍ଯ୍ୟାଳୟ ତରଫରୁ ପିଇଓ ନିର୍ମଳ ପଣ୍ଡା ଙ୍କ ସମେତ ୪ ଜଣ ଙ୍କୁ ସୋ କଜ ନୋଟିସ ଜାରି ହୋଇଛି।ଅନ୍ୟପଟେ ଏତେ ଟଙ୍କା ମିଥ୍ୟା ବିଲ କରି ଲୁଟ କରିବା ଘଟଣାର ମୁଖ୍ୟ କାର୍ପଟଦାର ପିଇଓ ନିର୍ମଳ ଚନ୍ଦ୍ର ପଣ୍ଡା ଙ୍କ ନାମରେ କାହିଁକି ବ୍ଲକ ତରଫରୁ ଏତଲା ଦିଆଯାଇନାହିଁ ବୋଲି ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ଦୁର୍ନୀତି ଗ୍ରସ୍ତ ପିଇଓ ଙ୍କ ସମେତ ଅନ୍ୟ କର୍ମଚାରୀ ଙ୍କୁ କାହିଁକି ସସପେଣ୍ଡ ନକରି ମାତ୍ର ସରକାରୀ ଟଙ୍କା ଙ୍କୁ ପୁନଚ ସରକାରୀ ତହବିଲ ରେ ଭରଣ କରିବା ପାଇଁ ବିଡ଼ିଓ ନିର୍ଦେଶ ଦେଇଛନ୍ତି ଯାହାକୁ ନେଇ ଅନେକ ବୁଦ୍ଧି ଜୀବରେ ମଧ୍ୟ ପ୍ରଶ୍ନ ଉଠିଛି।

ଏଠାରେ ଆମେ କହି ରଖୁଚୁକି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଚ୍ଛ ୫ଟି କୁ ବାରମ୍ବାର ବଦନାମ କରୁଥିବା ଏପରି ଦୁର୍ନୀତି ଗ୍ରସ୍ତ ପିଇଓ ଗତ କିଛି ଦିନ ତଳେ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କ ନାମରେ ମିଥ୍ୟା ଏତଲା ରଜୁ କରି ତାଙ୍କୁ ଜେଲ ପଠେଇ ଦେଇଥିଲେ।ଆଉ ଯାହାର ମୁଖ୍ୟ କାରଣ ଥିଲା ଯେ ,ପିଇଓ ନିର୍ମଳ ପଣ୍ଡା ଉକ୍ତ ମନେରେଗା ରେ ଦୁର୍ନୀତି କରିଥିବା ର ଜାଣିପାରି ଧର୍ମଶାଳା ଅଞ୍ଚଳର ଜୈନିକ ସାମ୍ବାଦିକ ସଞ୍ଜୟ ମିଶ୍ର ଏହାକୁ ଖବରପ୍ରସାରଣ କରିଥିଲେ।ଯାହା ଫଳରେ ଦୁର୍ନୀତି ଗ୍ରସ୍ତ ପିଇଓ ନିଜକୁ ନିଜେ ସାଧୁ ହେବା ପାଇଁ ସଞ୍ଜୟ ଙ୍କ ନାମରେ ଧର୍ମଶାଳା ଥାନା ରେ ଏକ ମନଗଢା ଏତଲା ଦେଇଥିଲେ।ଆଉ ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ଧର୍ମଶାଳା ର ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଆକ୍ରୋଶ ମୂଳକ ଭାବେ ସଞ୍ଜୟ ଙ୍କୁ ଜୋର ଜବରଦସ୍ତ ନିକଟସ୍ଥ ଜାରକା ବଜାର ରୁ ଉଠାଇ ଆଣି ସେହିଦିନ ରାତି ସାରା ଥାନାରେ ଅଟକ ରଖି ତା ପରଦିନ କୋର୍ଟ ଚାଲାଣ କରିଥିଲେ।ଏହାର ପରେ ପରେ ଯାଜପୁର ଜିଲ୍ଲାର ଅନେକ ସାମ୍ବାଦିକ ବନ୍ଧୁ ଜିଲ୍ଲା ଏସ୍ପି ଙ୍କୁ ସାକ୍ଷାତ କରିବା ସହ ସଞ୍ଜୟ ଙ୍କୁ ନ୍ୟାୟ ପାଇଁ ଦାବି କରିଥିଲେ।ପରେ ପରେ ଜାତୀୟ ମାନବାଧିକାର କମିଶନ ସଞ୍ଜୟ ଙ୍କ କେଶ ଟିକୁ ଗୁରୁତର ସହ ନେଇ ପ୍ରତିରକ୍ଷାକାରୀ ଭଜମନ ବିଶ୍ୱାଳ ଏନେଇ ଏକ ମାମଲା ରଜୁ କରିଥିଲେ।ଯାହାର ତଦନ୍ତ ଆଜି ପର୍ଯ୍ୟନ୍ତ ଚାଲୁ ଥିବା ବେଳେ ଦୁର୍ନୀତି ଗ୍ରସ୍ତ ପିଇଓ ନିର୍ମଳ ପଣ୍ଡା ଙ୍କ ଉପରେ ହୋଇଥିବା ଆଜିର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ସାମ୍ବାଦିକ ସଞ୍ଜୟ ମିଶ୍ର ଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button