ଅପରାଧ
ନର୍ସଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା – Ibnodisha

[ad_1]
ପାଟନା: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରେ ଏକ ଘରୋଇ ଡାକ୍ତରଖାନାର ଜଣେ ଡାକ୍ତର ଏବଂ କମ୍ପାଉଣ୍ଡର ଜଣେ ନର୍ସଙ୍କୁ ଗଣଦୁଷ୍କର୍ମ କରିବା ପରେ ଗଳା ଚିପି ହତ୍ୟା ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ପୀଡ଼ିତା ମୋତିହାରୀର ଜାନକୀ ସେବା ସଦନ ନର୍ସିଂ ହୋମ୍ରେ କାମ କରୁଥିଲେ ।
ମୃତଦେହକୁ ପୁଲିସ ଏକ ଆମ୍ବୁଲାନ୍ସରୁ ଉଦ୍ଧାର କରିଥିବା ବେଳେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ଏବଂ ଜଣେ କମ୍ପାଉଣ୍ଡର ଫେରାର ହୋଇଯାଇଛନ୍ତି । ଅନ୍ୟ ଜଣେ କମ୍ପାଉଣ୍ଡରଙ୍କୁ ପୁଲିସ ଗିରଫ କରିଛି । ହସ୍ପିଟାଲର ଡାକ୍ତର ଜୟପ୍ରକାଶ ଦାସଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୩୦ ବର୍ଷୀୟା ପୀଡ଼ିତା ଜଣେ ବିଧବା ଏବଂ ତାଙ୍କର ଏକ ୪ ବର୍ଷର ପୁଅ ଅଛି । ଏହି ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
[ad_2]




