ଭାଇକୁ ମାରିଦେଲା ଭାଇ – Ibnodisha

[ad_1]
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନା ଭଦ୍ରା ପଞ୍ଚାୟତ ଅନ୍ତର୍ଗତ ମହଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ଭାଇଙ୍କୁ ତାଙ୍କ ନିଜ ଭାଇ ମାରିଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପୁଲିସ୍ ସୂଚନା ଅନୁସାରେ, ଶୁକ୍ରବାର ମହଗାଁର ବେଲାର ରଣା (୫୫) ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଦୋକାନରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କ ସର୍ମ୍ପକୀୟ ଭାଇ ସୁନାଧର ରଣା ଆସି ତାଙ୍କ ସହ କଥା ହେବା ସହ ତାଙ୍କୁ ଗାଳିଗୁଲଜ କରିଥିଲା। ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ସୁନାଧର ଏକ ଧାରୁଆ ଅସ୍ତ୍ର ଆଣି ବେଲାରଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ବେଲାରଙ୍କ ମୁଣ୍ତରେ ତିନି ଚୋଟ ମାରିବାରୁ ବେଲାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଖବର ଦେବା ପରେ ପୁଲିସ୍ ଗାଁରେ ପହଞ୍ଚି ବେଲାରଙ୍କୁ ଉଦ୍ଧାର କରି ସଇନ୍ତଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଘଟଣା ପରେ ସୁନାଧର ଫେରାର ମାରିଥିବା ବେଳେ ପରେ ପୁଲିସ୍ ତାକୁ ବେଆଇନ କୁଚିଆ ମଦ ଦୋକାନରୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।
[ad_2]