ରାଜ୍ୟ
ନିଖୋଜ ପିହୁର ମା’ଙ୍କୁ ଉଠାଇ ନେଲା ପୁଲିସ – Ibnodisha

[ad_1]
ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତପାଇଁ ସମ୍ବଲପୁର ଯାଉଥିବା ବେଳେ ନିଖୋଜ ଶିଶୁ ପିହୁର ମା’ଙ୍କୁ ଉଠାଇ ନେଇଛି ପୁଲିସ। କାରରେ ଯାଉଥିବା ବେଳେ ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଉ଼ଠାଇ ଆଣି ଅଟକ ରଖିଛି। ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ତାଙ୍କୁ ୫ ଘଣ୍ଟା ହେଲା ଅଟକ ରଖାଯାଇଛି। ୨୦୨୦ ଅଗଷ୍ଟ ୯ ତାରିଖରେ ଯାଜପୁର ବିଞ୍ଝାରପୁର ମଧୁସୂଦନପୁର ଗାଁରୁ ପିହୁ ନିଖୋଜ ହୋଇଯାଇଥିଲା। ନିଖୋଜ ପିହୁର ସନ୍ଧାନ ଦାବିରେ ମା’ ମୋନାଲିସା ଏସ୍ ପି, ଜିଲ୍ଲାପାଳ, ପୁଲିସ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ୍ , ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ୩ବର୍ଷ ବିତି ଯାଇଥିଲେ ମଧ୍ୟ ପିହୁର ସନ୍ଧାନ ନମିଳିବାରୁ ମୋନାଲିସା ଗତ ଡିସେମ୍ବର ୧୫ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ।
[ad_2]