ଦେଶ

ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା; ୟୁସିସି ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ – Ibnodisha

[ad_1]

ଡେରାଡୁନ୍ : ଦେଶର କୌଣସି ରାଜ୍ୟରେ ପ୍ରଥମକରି ୟୁନିଫର୍ମ ସିଭିଲ୍ କୋଡ (ୟୁସିସି) ବା ସମାନ ନାଗରିକ ସଂହିତା ଲାଗୁ ହେବାକୁ ଯାଉଛି । ଉତ୍ତରାଖଣ୍ଡ ଏହି ପରିପ୍ରେକ୍ଷୀରେ ଦେଶର ପ୍ରଥମ ରାଜ୍ୟ ହୋଇପାରେ । ରିପୋର୍ଟ ଅନୁସାରେ ୟୁସିସି ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଉତ୍ତରାଖଣ୍ଡ ସରକାର ଗଠନ କରିଥିବା ୫ଜଣିଆ କମିଟି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଡ୍ରାଫ୍ଟ ଡକ୍ୟୁମେଣ୍ଟ ହସ୍ତାନ୍ତର କରିଛି । ପ୍ରକାଶ ୟୁସିସି ଡ୍ରାଫ୍ଟ ପ୍ରସଙ୍ଗରେ କମିଟି ରାଜ୍ୟସ୍ତରରେ ପ୍ରାୟ ୨.୩ ଲକ୍ଷ ନାଗରିକଙ୍କ ମତାମତ ସଂଗ୍ରହ କରିଥିଲା, ଯାହାକୁ ଡ୍ରାଫ୍ଟରେ ଉଲ୍ଲେଖ କରାଯାଇଛି । ଏଥିରେ ଝିଅଙ୍କ ପାଇଁ ଏକ ସାଧାରଣ ବିବାହଯୋଗ୍ୟ ବୟସ, ସମସ୍ତ ଧର୍ମ ପାଇଁ ସମାନ ଛାଡପତ୍ର ପ୍ରକ୍ରିୟା, ବାଧ୍ୟତାମୂଳକ ବିବାହ ପଞ୍ଜିକରଣ, ଝିଅଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ବା ଖର୍ଚ୍ଚ, ବହୁବିବାହ ତଥା ହଲାଲା ବ୍ୟବସ୍ଥାର ଅବସାନ, ସମାନ ଉତ୍ତରାଧିକାର ଅଧିକାର, ଲିଭ-ଇନ୍ ରିଲେସନ୍‌ସିପର ପଞ୍ଜିକରଣ ଏବଂ ପରିବାର ପାଇଁ ଏକ ରକ୍ଷଣାବେକ୍ଷଣ ପାଣ୍ଠି ଭଳି ପ୍ରସଙ୍ଗରେ କମିଟି ପରାମର୍ଶ ଦେଇଛନ୍ତି ।

ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବାସଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମିଟିର ସଭାପତି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟସ୍ ରଞ୍ଜନ ପ୍ରକାଶ ଦେଶାଇ ୭୪୯ ପୃଷ୍ଠାର ୟୁସିସି ରିପୋର୍ଟ ସହ ୪ଟି ଭଲ୍ୟୁମ୍‌ରେ ଉଲ୍ଲିଖିତ ୟୁସିସି ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ କମିଟି ସଭାପତିଙ୍କ ବ୍ୟତୀତ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଧା ରତୁରୀ, ଜଷ୍ଟିସ୍ ପ୍ରମୋଦ କୋହଲି (ଅବସରପ୍ରାପ୍ତ), ସାମାଜିକ କର୍ମୀ ମନୁ ଗୌଡ, ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ ଏବଂ ଡୁନ୍ ବିଶ୍ୱବିଦ୍ୟାଳୟର କୁଳପତି ସୁରେଖା ଡଙ୍ଗୱାଲ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, ବିଧାନସଭା ନିର୍ବାଚନ ସମୟରେ ଅର୍ଥାତ୍ ୨୦୨୨ ଫେବ୍ରୁଆରୀ ୧୨ ତାରିଖରେ ଉତ୍ତରାଖଣ୍ଡବାସୀଙ୍କୁ ରାଜ୍ୟ ସରକାର ୟୁସିସି ଭଳି ଏକ ଆଇନ୍ ଲାଗୁ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏବେ ୟୁସିସିର ଚୂଡାନ୍ତ ରିପୋର୍ଟ ଆସିବା ଏହି ପ୍ରତିଶ୍ରୁତି ପାଳନ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିବା ସଦୃଶ ହୋଇଛି । ଆସନ୍ତା ୬ ତାରିଖରେ ଏହାକୁ ବିଧାନସଭାରେ ଉପସ୍ଥାପିତ କରାଯିବ ।

ସୂଚନାଯୋଗ୍ୟ ୟୁସିସି ବିଲ୍ ପାରିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୫ରୁ ଉତ୍ତରାଖଣ୍ଡ ବିଧାନସଭାର ୫ ତାରିଖରୁ ଏକ ୪ ଦିନିଆ ସ୍ୱତନ୍ତ୍ର ଅଧିବେଶନ (୫ରୁ ୮ ତାରିଖ) ଡକାଯାଇଛି । ତେବେ ବିଧାନସଭାରେ ୟୁସିସିକୁ ବିଲ୍ ଭାବେ ଉପସ୍ଥାପନା କରାଯିବା ପୂର୍ବରୁ ଆସନ୍ତା କାଲି ଅର୍ଥାତ୍ ୩ ତାରିଖରେ ରାଜ୍ୟ କ୍ୟାବିନେଟ୍‌ରେ ଏହାକୁ ଉପସ୍ଥାପନ କରାଯିବ ଏବଂ ଏହା ଉପରେ ବିଚାରବିମର୍ଶ କରାଯାଇ ଏହାକୁ ପାରିତ କରାଯିବାର ମଧ୍ୟ ଧାମୀ ସରକାରଙ୍କ ଯୋଜନା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button