ମକର ପର୍ବର ଖୁସିକୁ ଜାଳିପୋଡି ପାଉଁଶ କରିଦେଲା ନିଆଁ – Ibnodisha

[ad_1]
ଭୁବନେଶ୍ୱର: ମକର ଖୁସିକୁ ଜାଳିପୋଡି ପାଉଁଶ କରିଦେଲା ନିଆଁ। ମକର ପର୍ବ କାହା ପାଇଁ ଖୁସି ନେଇ ଆସିଲା ତୋ ଆଉ କାହା ପାଇଁ କାଳ ସାଜିଲା। ମକରକୁନେଇ ସବୁ ମହଲରେ ଆନନ୍ଦ ଉଲ୍ଲାସ ଲାଗିରହି ଥିବା ବେଳେ ଅଚାନକ ୩ଟି ଟାୟାର ଦୋକାନରେ ନିଆଁ ଲାଗି ସବୁ ପୋଡି ପାଉଁଶ ହୋଇଯାଇଛି। ଆଉ ସେମାନଙ୍କ ମୁହଁରୁ ଛଡାଇ ନେଇଛି ମକର ପର୍ବର ଖୁସି। ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ମଧୁବନ ଗ୍ୟାରେଜ ଛକ ଠାରେ। ଏଠାରେ ରହିଥିବା ଦୁଇଟି ରିସଲ ଟାୟାର ଦୋକାନରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ପୁରୁଣା ଟାୟାର ପୋଡି ଭସ୍ମୀଭୂତ ହୋଇଯାଇଛି।
ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସଠିକ୍ ସମୟରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବଞ୍ଚିଗଲା ପାଖରେ ଥିବା ଏକାଧିକ ଦୋକାନ। ଗତ ଦୁଇବର୍ଷ ପୂର୍ବରୁ ମଧ୍ୟ ଠିକ ଏହି ମକର ସଂକ୍ରାନ୍ତି ସମୟରେ ଘଟିଥିଲା ଅଗ୍ନିକାଣ୍ଡ, ସେଥିରେ ୮ ଟି ଦୋକାନ ପୋଡି ପାଉଁଶ ହୋଇ ଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ କେହି ଜାଣିଶୁଣି ନିଆଁ ଲଗାଇଥିବାର ସନ୍ଦେହକୁନେଇ ଚର୍ଚ୍ଚା ହେଉଛି । ତେବେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ପ୍ରକୃତ କାରଣ।
[ad_2]



