ରାଜ୍ୟ

ଟ୍ରେନରୁ ଖସି ଅଜଣା ଯୁବକଙ୍କ ମୃତ୍ୟୁ – Ibnodisha

[ad_1]

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଗୋବର୍ଦ୍ଧନପୁର ଓଭରବ୍ରିଜ ନିକଟରେ ଯାତ୍ରୀବାହୀ ଟ୍ରେନରୁ ଖସି ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ପୂର୍ବ ରେଳପ‌ଥ ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡରୋଡ଼ ଓ ନର୍ଲାରୋଡ଼ ରେଳଷ୍ଟେସନରେ ମଧ୍ୟରେ ଆଜି ଦିନବେଳେ ଗୋବର୍ଦ୍ଧନପୁର ଓଭରବ୍ରିଜ ନିକଟରେ କୌଣସି ଏକ ଯାତ୍ରୀବାହୀ ଟ୍ରେନରୁ ଖସିପଡ଼ି ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ଯୁବକର ବୟସ ୧୮ ରୁ ୨୦ ବର୍ଷର ଏବଂ ସେ ଝାରଖଣ୍ଡ ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ଏନେଇ ରେଳବାଇ ପୁଲିସକୁ ସୂଚନା ଦିଆଯାଇଥିବା ବେଳେ ସୂଚନା ପାଇ ଘଟଣାସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button