ରାଜ୍ୟ

ଖୋର୍ଦ୍ଧା ପାଇଁ ପ୍ରସ୍ତୁତ ହୋଇଛି ବିକାଶର ନକ୍ସା – Ibnodisha

[ad_1]

ଖୋର୍ଦ୍ଧା : ରାଜ୍ୟ ସରକାରଙ୍କ ୫- ଟି ସଚିବ ଭି. କେ ପାଣ୍ଡିଆନଙ୍କ ସମଗ୍ର ରାଜ୍ୟ ଗସ୍ତ କରିବା ଅବସରରେ ୨୨ ଏବଂ ୨୩ତାରିଖ ଦୁଇ ଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ବେଗୁନିଆ ,ଖୋର୍ଦ୍ଧା ଏବଂ ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି । ପ୍ରଥମେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ ଠାରେ ଥିବା ବିଜୁ ପଟ୍ଟନାୟକ ଖେଳପଡ଼ିଆ ଠାରେ ଆୟୋଜିତ ହୋଇଥିବା ଜନ ଶୁଣାଣୀ କାର୍ଯ୍ୟକ୍ରମରେ ୫ଟି ସଚିବ ଯୋଗଦେଇ ଦେଇଥିଲେ । ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଖୋର୍ଦ୍ଧା ସହର ସ୍ଥିତ ହାବେଳି ପଡ଼ିଆ ଏବଂ ଚିଲିକା ନିର୍ବାଚନ ମଣ୍ଡଳୀର ନାଚୁଣି ଠାରେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ହଜାର ହଜାର ଜନସାଧାରଣ ଏବଂ ମିଶନ ଶକ୍ତିର ସଦସ୍ୟାଙ୍କ ସମସ୍ୟାକୁ ନେଇ ୫- ଟି ସଚିବ ଜନଶୁଣାଣୀ କରିଥିଲେ ।

ପ୍ରଥମ କର୍ଯ୍ୟକ୍ରମ ବେଗୁନିଆର ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଆୟୋଜିତ ଜନଶୁଣାଣୀରେ ବେଗୁନିଆ ,ବୋଲଗଡ଼ ବ୍ଲକର ସମସ୍ତ ମିଶନ ଶକ୍ତିର ସଦସ୍ୟାଙ୍କ ସମେତ ପ୍ରାୟ ପନ୍ଦର ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ସମାଗମ ହୋଇଥିଲା । ପରେ ଖୋର୍ଦ୍ଧା ସହରର ହାବେଳି ପଡ଼ିଆ ଠାରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରର ଖୋର୍ଦ୍ଧା ପୌରପରିଷଦ ଖୋର୍ଦ୍ଧା ବ୍ଲକ ଏବଂ ଟାଙ୍ଗି ବ୍ଲକର ପାଖାପାଖି ୨୦ ହଜାରରୁ ଉର୍ଦ୍ଧ୍ୱ ମିଶନ ଶକ୍ତିର ସଦସ୍ୟା ଏବଂ ସାଧାରଣ ଜନତାଙ୍କର ସମାଗମ ହୋଇଥିଲା । ସେହିପରି ଚିଲିକା ନିର୍ବାଚନ ମଣ୍ଡଳୀର ନାଚୁଣି ପଡ଼ିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିଲିକା ଏବଂ ବାଣପୁର ବ୍ଲକ ସମେତ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରୁ ହଜାର ହଜାର ମିଶନ ଶକ୍ତିର ସଦସ୍ୟା ଏବଂ ସାଧାରଣ ଜନତା ଯୋଗଦେଇଥିଲେ । ସମସ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୫ଟି ସଚିବ ସାଧାରଣ ଜନତା ଏବଂ ମିଶନ ଶକ୍ତିର ସଦସ୍ୟାଙ୍କ ନିକଟରେ ବ୍ୟକ୍ତିଗତ ଭାବେ ପହଞ୍ଚି ସୁବିଧା ଅସୁବିଧା ବୁଝିବା ସହିତ ସମସ୍ୟା ସମ୍ପର୍କରେ ଦରଖାସ୍ତ ଗ୍ରହଣ କରିଥିଲେ ।

ବେଗୁନିଆରେ ପାୟ ୭ଶହ୫୦ଗୋଟି ଦରଖାସ୍ତ ୫ଟି ସଚିବ ଗ୍ରହଣ କରିଥିବାର ଜଣା ପଡ଼ିଛି । ବେଗୁନିଆ ନିର୍ବାଚନ ମଣ୍ଡଳୀର ଅନେକ ସମସ୍ୟା ମଧ୍ୟରେ ବେଗୁନିଆ ମେଡିକଲର ସମସ୍ୟା ବିଭାଗୀୟ ସ୍ତରରେ ଆଲୋଚନା କରାଯାଇ ଖୁବଶୀଘ୍ର ସମାଧାନ କଯିବାର ପ୍ରତିଶ୍ରୁତି ୫ଟି ସଚିବ ଦେଇଛନ୍ତି। ସେହିପରି ବେଗୁନିଆ ନିର୍ବାଚନ ମଣ୍ଡଳୀର ପିଇବା ପାଣିର ସମସ୍ୟା ଦୁଇଦିନ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଖୋର୍ଦ୍ଧା ଠାରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୮ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ସମସ୍ୟା ସମ୍ପର୍କିତ ଦରଖାସ୍ତ ୫ଟି ସଚିବ ଗ୍ରହଣ କରିଥିଲେ । ପାଇକ ବୀର ମାନଙ୍କ ବୀରତ୍ୱର ଗାଥା ବହନ କରୁଥିବା ଏହି ଖୋର୍ଦ୍ଧା ମାଟିରେ ପାଇକ ସ୍ମୃତିକୁ ଉଦଯିବିତ ପାଇଁ ପ୍ରତିଶୃତି ଦେଇଥିଲେ ।ଜଗନ୍ନାଥ ଜମି ପଟା ସହିତ ଅନ୍ୟାନ୍ୟ ଜମି ପଟାର ସମସ୍ୟା ସମାଧାନ କରାଯିବ ।

ନିରାକାର ପୁର ଠାରେ ଓଭର ବ୍ରିଜ ଜଙ୍କିଆ ସିକୋ ରାସ୍ତାର ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବାର ସୂଚନା ଦେଇଥିଲେ ସେହିପରି ନାଚୁଣି ଜନଶୁଣାଣୀରେ କାଳୁପଡା ଘାଟର ଉନ୍ନତି କରଣ ପାଇଁ ମଞ୍ଜୁର ହୋଇଥିବାର ସୂଚନା ଦେଇଥିଲେ । ଏଥି ସହିତ ଅନୁଷ୍ଠିତ ୩ଟି ଜନଶୁଣାଣୀ କାର୍ଯ୍ୟକ୍ରମରେ ମନ୍ଦିର , ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସଂକ୍ରାନ୍ତୀୟ ସମସ୍ୟା ୭ଦିନ ମଧ୍ୟରେ ସମାଧାନ କରାଯିବ । ଅନ୍ୟ ସମସ୍ତ ଦରଖାସ୍ତ ଗୁଡିକର ଫଇସଲା ଏକ ମାସ ମଧ୍ୟରେ କଯିବାର ପ୍ରତିଶ୍ରୁତି ୫ଟି ସଚିବ ଉପସ୍ଥିତ ଜନସାଧରଣଙ୍କୁ ଦେଇଛନ୍ତି । ମଧ୍ୟାହ୍ନରେ ଖୋର୍ଦ୍ଧା ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ ପରିଦର୍ଶନ କରି ମିଶନ ଶକ୍ତିର ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ ।ଖୋର୍ଦ୍ଧା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରପରିଷଦ ପକ୍ଷରୁ ପୌରଧକ୍ଷା କନକ ଲକ୍ଷ୍ମୀ ମହାନ୍ତି ୫- ଟି ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

The post ଖୋର୍ଦ୍ଧା ପାଇଁ ପ୍ରସ୍ତୁତ ହୋଇଛି ବିକାଶର ନକ୍ସା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button