ରାଜ୍ୟ
ତିନି ଦିନିଆ ଓଡ଼ିଶା ଗସ୍ତରେ ନିର୍ବାଚନ କମିଶନର – Ibnodisha

[ad_1]
ଭୁବନେଶ୍ୱର: ଲୋକସଭା ନିର୍ବାଚନ ପରିଚାଳନା ସମୀକ୍ଷା ନେଇ ତିନି ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ତାଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ବି ଓଡ଼ିଶା ଆସିଛନ୍ତି । ସେମାନଙ୍କ ମଧ୍ୟରେ କମିଶନର ଅରୁଣ ଗୋୟଲ, ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା, ସିନିୟର ଡେପୁଟି ଇଲେକସନ କମିଶନର ନୀତେଶ ବ୍ୟସ ଅନ୍ୟତମ ।
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସତ୍ରରୁ ମିଳିଥିବା ତଥ୍ୟାନୁସାରେ ସିଇସି ଶ୍ରୀ କୁମାର ଓଡ଼ିଶାରେ ୧୭ ଯାଏ ରହିବେ । ଏହି ଅବସରରେ ତାଙ୍କ ଟିମ୍ ବିଭିନ୍ନ ଜାତୀୟ, ଆଞ୍ଚଳିକ ଦଳର ପ୍ରତିନିଧିଙ୍କ ବ୍ୟତୀତ ଡିଇଓ, ଏସ୍ପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବେ । ଶେଷ ଦିବସରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୁଲିସ ନୋଡାଲ ଅଫିସର, ସିପିଏଫ ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
[ad_2]




