ରାଜ୍ୟ

ବହିଷ୍କାର ଆଦେଶ ବାପାଙ୍କୁ ବହୁତ କଷ୍ଟ ଦେଇଥିଲା: ସମ୍ବିତ ରାଉତରାୟ – Ibnodisha

[ad_1]

ଭୁବନେଶ୍ୱର: ଦାମଙ୍କ ଉପରୁ ବହିଷ୍କାର ହଟିବା ନେଇ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବାପା ଏବେ ହସ୍ପିଟାଲରେ ଅଛନ୍ତି, ଜାଣି ବହୁତ ଖୁସି ହେବେ କହିଲେ । ବହିଷ୍କାର ଆଦେଶ ପରେ ବାପା ମାନସିକ ଭାବେ ଭାଙ୍ଗି ପଡିଥିଲେ । ବହିଷ୍କାର ଆଦେଶ ତାଙ୍କୁ ବହୁତ କଷ୍ଟ ଦେଇଥିଲା । ଏନେଇ ଟିକେ କହିବାକୁ ମୋତେ ବାରମ୍ବାର କହୁଥିଲେ । ପ୍ରାୟ ୨ ବର୍ଷ ତଳେ ଏ ସମ୍ପର୍କରେ ମୁଁ ୫ଟି ଅଧ୍ୟକ୍ଷଙ୍କୁ କହିଥିଲି । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଟିକେ କହିବାକୁ ମୁଁ ତାଙ୍କୁ ଅନୁରୋଧ ମଧ୍ୟ କରିଥିଲି । ସମୟ ସୁବିଧା ଦେଖି ସେ ମୁଖ୍ୟମନ୍ତ୍ରୀଙ୍କୁ କହିବି ବୋଲି କହିଥିଲେ । ତେବେ ମୁଁ କେବେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କହିନଥିଲି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସମ୍ବିତ ରାଉତରାୟ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button