ରାଜ୍ୟ

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଇରା: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ ସାରକୋଣା ଗାଁରେ ପୋଖରୀରେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ଯୁବକ ହେଲେ ଗୌରାଙ୍ଗ ଦାସଙ୍କ ୨୮ବର୍ଷୀୟ ପୁଅ ରମେଶ ଦାସ।

ରମେଶ ଗାଁର ଜନୈକ ବ୍ୟକ୍ତିଙ୍କ ପୋଖରୀରେ ଚୂନ ପକାଉ ଥିଲେ। ଚୂନ ପକାଇସାରି ଗାଧୋଇବା ସମୟରେ ବୁଡ଼ିଯାଇଥିଲେ। ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ରମେଶଙ୍କୁ ଉଦ୍ଧାର କରି ଖଇରା ମେଡିକାଲକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button