ରାଜ୍ୟ

ପାଳନ ହୋଇପାରୁନି  ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବ – Ibnodisha

[ad_1]

ଜୟପୁର: ଗତ ଦୁଇ ବର୍ଷ ହେବ ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ୭୫ ବର୍ଷ ପୁର୍ତ୍ତି (ପ୍ଲାଟିନମ ଜୁବୁଲି) ଉତ୍ସବ ପାଳନ ହୋଇପାରୁନି। ଏହା ପଛରେ ବିକ୍ରମଦେବ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ  ପାଇଁ ଯୋଜନା କରିବା ସହ ଉତ୍ସବ ପାଳନ  ଗତ ୬ମାସ ହେବ ସରିଗଲାଣି। ତଥାପି କଳା ବିଦ୍ୟାଳୟରେ ପାଳନ ନ ହେବା ପଛରେ କଣ ରହସ୍ୟ ରହିଛି ତାହାକୁ ନେଇ ସବୁ ମହଲରେ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି।  ଏହି ଉତ୍ସବ ପାଳନକୁ ନେଇ ପୁରାତନ ଛାତ୍ର ଓ ଭାରାପ୍ରାପ୍ତ ଅଧ୍ୟକ୍ଷଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଛି। କିଛି ପୁରାତନ ଛାତ୍ର ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପରିଚାଳନା କରୁଥିବା ଅଧିକାରୀ ମାନେ ଉତ୍ସବ ପାଳନକୁ ନେଇ ଇଛା ଜାହିର କରୁ ନଥିବା କହିଛନ୍ତି।

ସୂଚନାଯୋଗ୍ୟ, ୧୯୪୬ ମସିହାରେଏହି କଳା ଧନ୍ଦାମୂଳକ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏହି  ୭୫ବର୍ଷ ମଧ୍ୟରେ ଏହି ମହାବିଦ୍ୟାଳୟ କଳା ସ୍ନାତକ ମହାବିଦ୍ୟାଳୟ ହୋଇ ପାରିନଥିଲା। ପ୍ଲାଟିନମ୍ ଜୁବୁଲି ଘୋଷଣା ପରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ ସ୍ନାତକ କଳା ଖୋଲିବାକୁ ଘୋଷଣା କରିଥିଲେ। ତେବେ ନାଁ ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ ହୋଇଛି ନା ସ୍ନାତକ ପାଇଁ ପ୍ରକ୍ରିୟା। ଏହାକୁ ନେଇ  ପୁରାତନ ଛାତ୍ର ମାନେ ଅସନ୍ତୋଷ ପ୍ରକାଶ କରିବା ସହ କିଛି ନିହୀତ ଉଦ୍ଦେଶ୍ୟ ରଖି ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ କରାଯାଉନି ବୋଲି କହିଛନ୍ତି। ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ ହେଲେ ରାଜ୍ୟ ସରକାର ସ୍ନାତକ କଳା ସଂପର୍କରେ ଘୋଷଣା କରିବା ସହ ଭିତ୍ତିଭୂମିର ବିକାଶ ପାଇଁ  ଆଉ କିଛି ଘୋଷଣା କରିଥାନ୍ତେ ବୋଲି କହିଛନ୍ତି। ପୁରାତନ ଛାତ୍ର, ଉପଜିଲ୍ଲାପାଳ, ବିଧାୟକ ଆଦିଙ୍କୁ ନେଇ ତିନି ଥର ପ୍ରସ୍ତୁତି ବୈଠକ କରାଯାଇଥିବା କହିଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲୀକ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରତିସୁଧା ଜେନା । ପୁରାତନ ଛାତ୍ର ମାନେସଂଘ ଗଠନ କରି ଏହାକୁ ସୋସାଇଟି ଆକ୍ଟରେ ପଂଜକରଣ କରାଇବା କଥା। କିନ୍ତୁ ତାହା ଏ ପର୍ଯ୍ୟନ୍ତ କରାଇ ନାହାନ୍ତି।

ସେଭଳି ଅତିଥି ନିମନ୍ତ୍ରଣ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ‌ପୁରାତନ ଛାତ୍ର ମାନେ ଯିବେ ବୋଲି କହିଥିଲେ ହେଁ ତାହା ବି ସେମାନେ କରିନାହାନ୍ତି ବୋଲି କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ। ଏଭଳିକି ଶେଷ ପ୍ରସ୍ତୁତି ବୈଠକରେ ହାତ ଗଣତି ୫ଜଣ ପୁରାତନ ଛାତ୍ର ଆସିଥିବାରୁ ଶେଷକୁ ବାତିଲ କରିବାକୁ ପଢ଼ିଛି ବୋଲି କହିଛନ୍ତି ଜିଲ୍ଲାସଂସ୍କୃତି ଅଧିକାରୀ। ଉତ୍ସବ ପାଳନ ପାଇଁ ଆସିଥିବା ୧୫ଲକ୍ଷ ଟଙ୍କା ସେଭଳି ଜିଲ୍ଲା ସଂସ୍କୃତି ବିଭାଗରେ ପଡ଼ି ରହିଛି। ପୁରାତନ ଛାତ୍ର ମାନେ ସଂଗଠିତ ହୋଇ ପଂଜୀକରଣ କରି‌ଲେ ଯାଇ ଉତ୍ସବ ପାଳନ କରାଯାଇ ହେବ। ଯଦି ପ୍ରଶାସନ କଲେ ତାହାକୁ ଅନ୍ୟ ଅର୍ଥରେ ଚିତ୍ରଣ କରାଯିବ। ତେଣୁ ସେ ଉତ୍ସବ ପାଳନ କରୁ ନାହାନ୍ତି। ଅପରପକ୍ଷରେ କିଛି ପୁରାତନ ଛାତ୍ର ଗତ କିଛି ଦିନ ହେବ ନିଶାଶକ୍ତ ଭାବେ ଆସି ବିଦ୍ୟାଳୟ ପରିସରରେ ଗଣ୍ଡଗୋଳ, ହୋହାଲ୍ଲା କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରୁଥିବା କହିଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ। ଏପରିକି ଜଣେ କର୍ମଚାରୀ ଓ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥାନାପର୍ଯ୍ୟନ୍ତ କଥା ‌ଯାଇଥିବା କହିଛନ୍ତି ଭାରାପ୍ରାପ୍ତ ଅଧ୍ୟକ୍ଷ। ଏହି ସ୍ଥିତିରେ ସଂପ୍ରତି କଳା ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ଓ ଏଠାରେ ଖୋଲାଯିବାକୁ ଥିବା ସ୍ନାତକ ଶ୍ରେଣୀ ଲଟକି ରହିଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button