ଦେଶ

୨୦୨୩ ବର୍ଷରେ ବିରାଟ ଚମତ୍କାର ବ୍ୟାଟିଂ କରିଥିଲେ: ନାସେର ହୁସେନ୍‌  – Ibnodisha

[ad_1]

ନୂଆଦିଲ୍ଲୀ, : ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ନାସେର ହୁସେନ୍ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୪ ବର୍ଷରେ ଭାରତର ବିରାଟ କୋହଲି ଓ ପାକିସ୍ତାନର ବାବର ଆଜମ୍‌ କ୍ରିକେଟ୍‌ ଦୁନିଆରେ ରାଜୁତି କରିବେ। ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ରିଲିଜ୍‌ ହୋଇଥିବା ଏକ ଭିଡିଓରେ ହୁସେନ୍‌ ଏହି ଦୁଇ ଏସୀୟ ତାରକା ବ୍ୟାଟ୍‌ସମ୍ୟାନଙ୍କ ନାମ ନେଇଛନ୍ତି।

ନାସେର ହୁସେନ୍‌  କହିଛନ୍ତି, ୨୦୨୩ ବର୍ଷରେ ବିରାଟ ଚମତ୍କାର ବ୍ୟାଟିଂ କରିଥିଲେ। ବିଶ୍ବକପ୍‌​‌େ​‌ର ତାଙ୍କ ବ୍ୟାଟିଂ ଉଚ୍ଚକୋଟୀର ଥିଲା। ବିଶ୍ବକପ୍‌ରେ କୋହଲି ଏକାଧିକ କୀର୍ତ୍ତିମାନ ଭାଙ୍ଗିଥିଲେ ଏବଂ ସମସ୍ତଙ୍କ ଧ୍ୟାନ ଏହା ଉପରେ ଥିଲା। ବୋଧହୁଏ ସେଥିପାଇଁ ବିରାଟ କିପରି ଚମତ୍କାର ବ୍ୟାଟିଂ କରିଥିଲେ; ତାହା ଆମ ନଜରରେ ନଥିଲା। ଟେକ୍‌ନିକ ଦୃଷ୍ଟିରୁ​‌ ଦେଖିଲେ ବିରାଟ ପୂର୍ବରୁ ଏପରି ବ୍ୟାଟିଂକରିବା ଦେଖିନାହିଁ। ବିଶ୍ବକପ୍‌ରେ ଅତିକମ୍‌ରେ ୫ଟି ଇନିଂସରେ ବିରାଟ କୋହଲି ଉଚ୍ଚକୋଟୀର ବ୍ୟାଟିଂ କରିି​‌ଥିଲେ। ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ବ୍ୟାଟ୍‌ରୁ ଯେପରି ଶବ୍ଦ ବାହାରୁଥିଲା; ତାହା ଜଣେ ଚମ୍ପିଆନ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ପରିଚୟ। ଏହିରୁ ସ୍ପଷ୍ଟ ​‌େ​‌ଯ ମାନସିକ ଭାବେ କୋହଲି ସ୍ଥିର ଅଛନ୍ତି ଏବଂ ତାଙ୍କ କ୍ରିକେଟ୍‌ ଚମତ୍କାର ରହିଛି।

୨୦୨୩ରେ କୋହଲି ୮ଟି ଟେଷ୍ଟମ୍ୟାଚ୍‌ ଖେଳି ୫୫.୯୧ ଆଭ୍‌ରେଜରେ ୬୭୧ ରନ୍‌ କରିଥିଲେ। ଏଥିରେ ୨ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ଥିଲା। ୨୦୨୩ରେ ୨୭ଟି ଦିନିକିଆରୁ କୋହଲି ୭୨.୪୭ ଆଭ୍‌ରେଜରେ ୧୩୭୭ ରନ୍‌ କରିଥିଲେ। ଏଥିରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ଥିଲା। ଅପରାଜିତ ୧୬୬ ତାଙ୍କର ସର୍ବାଧିକ ସ୍କୋର୍ ଥିଲା। ମୋଟଉପରେ ୨୦୨୩ରେ ୨୫ଟି ଆନ୍ତର୍ଜାତିକ ମ୍ୟାଚ୍‌ରୁ ୬୬.୦୬ ଆଭ୍‌ରେଜରେ ୮ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହ ୨୦୪୮ ରନ୍‌ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button