ଦେଶ

ତିରୁପତି ଚିଡିଆଖାନାରେ ଅଘଟଣ; ମଣିଷକୁ ମାରିଦେଲା ସିଂହ – Ibnodisha

[ad_1]

ଅମରାବତି: ତିରୁପତି ଚିଡିଆଖାନାରେ ଅଘଟଣ । ସିଂହ ଆକ୍ରମଣରେ ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ସିଂହ ଏନକ୍ଲୋଜର (ଖୁଆଡ) ମଧ୍ୟକୁ ଡେଇଁ ପଡିଥିଲେ । ସିଂହଟି ତାଙ୍କୁ ଆକ୍ରମଣ କରିଥିଲା । ବ୍ୟକ୍ତିଙ୍କ ମୁଣ୍ଡକୁ ସିଂହଟି ଖାଇ ଦେଇଥିଲା । ପୋଲିସ ଓ ଚିଡିଆଖାନା କର୍ତ୍ତୃପକ୍ଷ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ରାଜସ୍ଥାନର ଜଣେ ପର୍ଯ୍ୟଟକ ଓ ତାଙ୍କ ନାମ ପ୍ରହ୍ଲାଦ ଗୁଜ୍ଜର ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତରେ ପର୍ଯ୍ୟଟକଜଣକ ନିଶାସକ୍ତ ଥିବା ସୂଚନା ସାମ୍ନାକୁ ଆସିଛି । ଅଘଟଣ ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଚିଡିଆଖାନାକୁ ସାମୟିକ ଭାବେ ବନ୍ଦ ମଧ୍ୟ ରଖାଯାଇଛି । ଜୁ’ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନର ଏହି ପର୍ଯ୍ୟଟକ ପ୍ରହ୍ଲାଦ ନିଶାସକ୍ତ ଥିଲେ ।

ଜୁ’ରେ ବୁଲୁଥିବା ବେଳେ ସେ ହଠାତ ସିଂହ ଏନକ୍ଲୋଜରର ପାଚେରୀରେ ଚଢି ଭିତରକୁ ଡେଇଁ ପଡିଥିଲେ । ସିଂହଟି ତାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗର ପ୍ରଶିକ୍ଷିତ ଚର୍ମଚାରୀଙ୍କ ଟିମ ସିଂହକୁ ଯନ୍ତା ମଧ୍ୟରେ ବନ୍ଦ କରି ଏନକ୍ଲୋଜରରୁ ପ୍ରହ୍ଲାଦଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲା । ତିରୁପତି ରୁରାଲ ପୋଲିସ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳ ପରିଦର୍ଶନ କରିବା ପରେ, ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ରୁରାଲ ଡିଏସପି ଶରତ ରାଜ କହିଛନ୍ତି । ତିରୁପତିରେ ଥିବା ୧,୨୫୦ ଏକର ପରିମିତ ଏହି ଭେଙ୍କଟେଶ୍ୱର ଜୁ ପାର୍କ ବିଶ୍ୱର ସର୍ବବୃହତ୍ତ ଚିଡିଆଖାନାର ମାନ୍ୟତା ପାଇଛି । ଏଠାରେ ପ୍ରାୟ ସମସ୍ତ ପ୍ରକାର ଜୀବଜନ୍ତୁ ଦେଖିବାକୁ ମିଳନ୍ତି । ପ୍ରସିଦ୍ଧ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଏହି ଚିଡିଆଖାନାରେ ପରିଭ୍ରମଣର ମଜା ନିଅନ୍ତି । ହେଲେ ଏପରି ଅଘଟଣ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button