ଦେଶ

ଇସ୍ରାଏଲକୁ ବିମାନ ଚଳାଚଳ ବନ୍ଦ କରିବ ଭାରତ – Ibnodisha

[ad_1]

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଭାରତୀୟ ବିମାନ କମ୍ପାନିମାନେ ଇସ୍ରାଏଲର ତେଲ ଅବିବରୁ ବିମାନ ଚଳାଚଳ ବନ୍ଦ ଘୋଷଣା କରିପାରନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲକୁ ବିମାନ ଚଳାଚଳ ବନ୍ଦ ହୋଇପାରେ, ଏହା ପରେ ଆନୁଷ୍ଠାନିକ ଘୋଷଣା କରାଯିବ। ୟେମେନ, ସିରିଆ ଓ ଇରାକରୁ କାର‌୍ୟ୍ୟ କରୁଥିବା ଇରାନ ଓ ତା’ର ସମର୍ଥକମାନେ ଶନିବାର ରାତିରେ ଇସ୍ରାଏଲ ଉପରେ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରିଛନ୍ତି, ଯେଉଁଥିରେ ଡଜନାଧିକ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ରହିଛି। ଏୟାର ଇଣ୍ଡିଆର ଏକ ବିମାନ ଗତକାଲି ତେଲ ଆବିବ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ତେଲ ଆଭିବରେ ଅବତରଣ କରିଥିଲା ଏବଂ ତେଲ ଆଭିବରୁ ଭାରତ ଅଭିମୁଖେ ଉଡ଼ାଣ ଭରିବାର କାର‌୍ୟ୍ୟକ୍ରମ ରହିଛି। ଇସ୍ରାଏଲ ଓ ଭାରତ ମଧ୍ୟରେ ବାଣିଜ୍ୟିକ ବିମାନ ଚଳାଚଳ କରୁଛନ୍ତି ଦୁଇଟି ପ୍ରମୁଖ ଏୟାରଲାଇନ୍‌ସ ଏଲ୍ ଅଲ୍ ଓ ଏୟାର ଇଣ୍ଡିଆ।
ଭାରତର ଦୁଇ ପ୍ରମୁଖ ଏୟାରଲାଇନ୍‌ସ ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଇରାନ ଆକାଶପଥ ଛାଡିବାକୁ ଘୋଷଣା କରିଛନ୍ତି ଏବଂ ଯାତ୍ରୀ ଏବଂ କ୍ରୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ୟୁରୋପ ଏବଂ ଆମେରିକା ବିମାନ ଚଳାଚଳ ପାଇଁ ଲମ୍ବା ବିମାନ ପଥ ଆପଣାଉଛନ୍ତି। ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଭାରତୀୟ ଏୟାରଲାଇନ୍‌ସ ୟୁରୋପ ଏବଂ ମଧ୍ୟପ୍ରାଚ୍ୟ ପାଇଁ ବିମାନ ଚଳାଚଳ ପଥ ପରିବର୍ତ୍ତନ କରୁଛି।
ଇରାନ ଯାତ୍ରାରୁ ଦୂରେଇ ରହିବାକୁ ଭାରତ ସରକାରଙ୍କ ପରାମର୍ଶ ପରେ ଏୟାର ଇଣ୍ଡିଆ ଏବଂ ଦୁଇ ପ୍ରମୁଖ ବିମାନ କମ୍ପାନି ଭିସ୍ତାରା ଇରାନ ଆକାଶ ମାର୍ଗରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଯାତ୍ରୀଙ୍କ ସୁରକ୍ଷା ଓ ପରିଚାଳନାଗତ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସେମାନେ ଏବେ ଲମ୍ବା ରାସ୍ତା ଆପଣାଉଛନ୍ତି।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା କାରଣରୁ ଉଡାଣ ପଥପରିବର୍ତ୍ତନକୁ ନେଇ ଭିସ୍ତାରା ଏୟାର ଏକ ବିବୃତି ଜାରି କରିଛି। ଭିିସ୍ତାରା ଏୟାରଲାଇନ୍‌ସ ପକ୍ଷରୁ କୁହାଯାଇଛି ଯେ, ମଧ୍ୟପ୍ରାଚ୍ୟର କିଛି ଅଂଶକୁ ପ୍ରଭାବିତ କରୁଥିବା ସାମ୍ପ୍ରତିକ ପରିସ୍ଥିତି କାରଣରୁ ଆମେ ଆମର କେତେକ ବିମାନର ଉଡ଼ାଣ ପଥରେ ପରିବର୍ତ୍ତନ କରୁଛୁ। ଏଭଳି ପରିସ୍ଥିତିରେ ପରିଚାଳନାଗତ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଉପଲବ୍ଧ ଥିବା ଆକସ୍ମିକ ମାର୍ଗଗୁଡ଼ିକୁ ଏହା ବଦଳରେ ବ୍ୟବହାର କରାଯାଉଛି।
ଭିସ୍ତାରା ଏୟାରଲାଇନ୍‌ସ ସ୍ୱୀକାର କରିଛି ଯେ ସତର୍କତାମୂଳକ ପଦକ୍ଷେପ ସ୍‌ୱରୂପ ଏହା ଲମ୍ବା ମାର୍ଗ ଗ୍ରହଣ କରିବ, ଯାହାଫଳରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଯାତ୍ରା ସମୟ ବୃଦ୍ଧି ପାଇବ। ଫଳରେ ନିର୍ଦ୍ଦିଷ୍ଟ ରୁଟ୍‌ରେ ଉଡ଼ାଣ ସମୟ ଅଧିକ ହେବା ସହ ଏଥିରେ ବିଳମ୍ବ ହୋଇପାରେଯ। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ଅଧିକ ପରିବର୍ତ୍ତନ କରାଯିବ ବୋଲି ଭିସ୍ତାରା ମୁଖପାତ୍ର କହିଛନ୍ତି।
ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମଧ୍ୟପ୍ରାଚ୍ୟରେ ବ୍ୟାପକ ବିମାନ ଚଳାଚଳ କରୁଥିବା ସର୍ବବୃହତ ଭାରତୀୟ ବିମାନ କମ୍ପାନି ଏୟାର ଇଣ୍ଡିଆ କହିଛି ଯେ ସେମାନେ ମଧ୍ୟପ୍ରାଚ୍ୟର ବିକାଶଶୀଳ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଆମେ ମଧ୍ୟପ୍ରାଚ୍ୟର ବିକାଶଶୀଳ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ବର୍ତ୍ତମାନ ଆମର ବିମାନ ଯାତ୍ରୀ ଏବଂ କ୍ରୁଙ୍କ ସୁରକ୍ଷାର ସର୍ବୋଚ୍ଚ ପ୍ରାଥମିକତା ଅନୁଯାୟୀ ଭାରତକୁ ବିକଳ୍ପ ଉଡ଼ାଣ ପଥରେ ଚଳାଚଳ କରିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button